Latest Odisha News

BREAKING NEWS

ଏକ ଦଶନ୍ଧି ପରେ ଇଞ୍ଜିନିୟରିଂ ଡିଗ୍ରୀ ପାଇଲେ କାର୍ତ୍ତିକ ଆର୍ୟନ

ମୁମ୍ବାଇ: କାର୍ତ୍ତିକ ଆର୍ୟନ ବଲିଉଡର ଜଣେ ଜଣାଶୁଣା ଅଭିନେତା। ନିଜର ଦମଦାର ଆକ୍ଟିଂ ବଳରେ ବଲିଉଡର ଶ୍ରେଷ୍ଠ ଷ୍ଟାରମାନଙ୍କ ମଧ୍ୟରେ ସେ ନିଜର ପରିଚୟ ବନାଇ ପାରିଛନ୍ତି।

ତେବେ କାର୍ତ୍ତିକ ଅଭିନେତା ହେବା ପୂର୍ବରୁ ଇଞ୍ଜିନିୟରିଂ ପଢୁଥିଲେ। କିନ୍ତୁ ସେ ଇଞ୍ଜିନିୟର ହେବା ପରିବର୍ତ୍ତେ ଚଳଚ୍ଚିତ୍ର ଜଗତକୁ ଚାଲି ଆସିଥିଲେ। ଆଉ ଏବେ ୧୦ ବର୍ଷ ପରେ ତାଙ୍କୁ ତାଙ୍କର ଇଞ୍ଜିନିୟରିଂ ଡିଗ୍ରୀ ମିଳିଛି। ଯାହାକୁ ନେଇ ସେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି।

ନିକଟରେ ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ  ସେୟାର କରିଛନ୍ତି ଯେଉଁଥିରେ ସେ ମୁମ୍ବାଇର ଡିୱାଇ ପାଟିଲ ବିଶ୍ୱବିଦ୍ୟାଳୟର କନଭୋକେସନ ଉତ୍ସବରେ ଡିଗ୍ରୀ ନେଉଥିବା ଦେଖିବାକୁ ମିଳିଥିଲା।

ତାଙ୍କର ଏହି ଭିଡିଓକୁ ନେଇ ୟୁଜର୍ସ ମାନେ ନିଜର ଭିନ୍ନ ଭିନ୍ନ ମତାମତ ଦେବାରେ ଲାଗିଛନ୍ତି। ଭିଡିଓଟି ସେୟାର କରି କାର୍ତ୍ତିକ ଲେଖିଛନ୍ତି ଯେ  ‘ମୁଁ ଏମିତି ଏକ ଛାତ୍ର ଥିଲି ଯିଏକି ସବୁବେଳେ ଶେଷ ବେଞ୍ଚରେ ବସେ ଓ ମୁଁ ଜଣେ ବ୍ୟାକବେଞ୍ଚର ଥିଲି। କିନ୍ତୁ ଆଜି ମୁଁ ଏହି କନଭୋକେସନ ଉତ୍ସବର ଷ୍ଟେଜ ଉପରେ ଠିଆ ହୋଇଛି।

 

Comments are closed.