Latest Odisha News

BREAKING NEWS

କୋଭିଡ୧୯ ଟେଷ୍ଟିଂ କିଟ୍ ପାଇଁ ଭୋପାଳର ଏକ କମ୍ପାନିକୁ ଆଇସିଏମଆର ଅନୁମତି

ଭୋପାଳ: ମହାରାଷ୍ଟ୍ରର ମାଇଁ ଲ୍ୟାବ୍ ପରେ ଭାରତର ଦ୍ୱିତୀୟ କମ୍ପାନି ଭାବେ ଭୋପାଳର ଥ୍ରୀବି ବ୍ଲାକବାୟୋ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ୧୯ ଟେଷ୍ଟିଂ କିଟ୍‌କୁ ଆଇସିଏମଆର ସ୍ୱୀକୃତି ମିଳିଥିବା ଜଣାପଡିଛି । କିଲପେଷ୍ଟ ଇଣ୍ଡିଆ ଲିମିଟେଡର ସହଯୋଗୀ କମ୍ପାନୀ ଥ୍ରୀବି ବ୍ଲାକବାୟୋ ବାୟୋଟେକ୍‌କୁ ଏହି ଅନୁମତି ମିଳିବା ପରେ ଭାରତରେ ପ୍ରସ୍ତୁତ ଟେଷ୍ଟିଂ କିଟ୍ ସହଜରେ ଓ ସୁବିଧାରେ ମିଳିପାରିବ ବୋଲି ଆଶା ସଂଚାର ହୋଇଛି ।

ଆମେରିକା ଏଫ୍‌ଡିଏ କିମ୍ବା ୟୁରୋପ୍ ମାନକ ବ୍ୟତିରେକ ୨୦ଟି ଟେଷ୍ଟିଂ କିଟ୍‌ର ମୁଲ୍ୟାୟନ କରାଯାଇଥିବା ବେଳେ ସେଥିମଧ୍ୟରୁ ମାଁଇ ଲ୍ୟାବ୍ ଦ୍ୱାରା ପ୍ରସ୍ତୁତ ପାଥୋ ଡିଟେକ୍ଟ କିଟ୍ ଏବଂ କିଲ୍ ପେଷ୍ଟ୍‌ର ସହଯୋଗୀ କମ୍ପାନୀ ୩ବି ବ୍ଲାକ୍‌ବାୟୋ ଦ୍ୱାରା ପ୍ରସ୍ତୁତ ଟ୍ରୁ ପିସିଆର୍ କିଟ୍ ଶତପ୍ରତିଶତ ସଫଳ ହୋଇଥିବା ଆଇସିଏମ୍‌ଆର୍ ପକ୍ଷରୁ ସୂଚିତ କରାଯାଇଛି ।

Leave A Reply

Your email address will not be published.