Latest Odisha News

BREAKING NEWS

କରୋନା ଆତଙ୍କ: ଚୀନର ଏହି ସହରରେ କୁକୁର, ବିଲେଇ ଖାଇବା ହେଲା ବ୍ୟାନ୍ !

ବେଜିଂ: ଚୀନର ଅଧିକାଂଶ ସହରରେ ବିଭିନ୍ନ ଜୀବଜନ୍ତୁଙ୍କ ମାଂସ ବିକ୍ରି ହେଉଥିବାର ପ୍ରାୟ ସମସ୍ତେ ଜାଣନ୍ତି । ଗତ ଡିସେମ୍ବର ଓ ଜାନୁଆରୀ ମାସ ଆରମ୍ଭରେ କରୋନା ସଂକ୍ରମଣ ଯୋଗୁଁ ଏହା ମହାମାରୀ ରୂପେ ଚୀନରୁ ସାରା ବିଶ୍ୱକୁ ବ୍ୟାପୀ ଯାଇଥିଲା । ତେବେ ସେନଝେନ ପ୍ରଥମ ଚୀନା ସହର ଭାବେ କୁକୁର ଓ ବିଲେଇ ମାଂସ ବିକ୍ରି କରିବାରେ କଟକଣା ଜାରି କରିଛି । ଏହି ସହରରେ ଏବେ କୁକୁର ଓ ବିଲେଇ ମାଂସ ବିକ୍ରିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିବା ସୂଚନା ମିଳିଛି ।

ମାତ୍ର ଏହି କଟକଣା ଜାରି ହୋଇଥିଲେ ମଧ୍ୟ ଆସନ୍ତା ମେ ୧ ତାରିଖରୁ ଏହା ଲାଗୁ ହେବ ବୋଲି ଘୋଷିତ ହୋଇଛି ।

ତେବେ ଫେବୃଆରୀ ଶେଷଭାଗରେ ଚୀନ ସରକାର ସମସ୍ତ ପ୍ରକାର ହିଂସ୍ର ଓ ଜଙ୍ଗଲୀ ଜନ୍ତୁଙ୍କ ମାଂସ ବିକ୍ରି ତଥା କିଣା ବିକା ଉପରେ କଟକଣା ଜାରି କରିଛି । ଏହି ଘୋଷଣାକୁ ସମର୍ଥନ କରି ସେନଝେନ ସହରରେ ପ୍ରଥମ କରି କୁକୁର ଓ ବିଲେଇ ମାଂସ ବିକ୍ରି ଉପରେ କଟଣା ଜାରି ହୋଇଛି ।

ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲଂଘନ କରନ୍ତି ତେବେ ତାଙ୍କୁ ସେହି ଜନ୍ତୁଟିର ୩୦ ଗୁଣା ଜୋରିମାନା ଦେବାକୁ ପଡିବ ବୋଲି ସେନଝେଇ ପ୍ରଶାସନ କର୍ତ୍ତୃପକ୍ଷ ଜଣାଇଛନ୍ତି ।

Leave A Reply

Your email address will not be published.