ଭୋପାଲ: କରୋନା ସହ ଲଢ଼ିବା ପାଇଁ ଚାଲିଛି ଯୁଦ୍ଧ । ସମସ୍ତେ ପିନ୍ଧୁଛନ୍ତି ମାସ୍କ । କରୁଛନ୍ତି ହାତ ସାନିଟାଇଜ । ଯେପରି ଏହି ଭୂତାଣୁ ବ୍ୟାପିବନି ସେଥିପାଇଁ ହେଉଛନ୍ତି ସତର୍କ । ତେବେ ଏଭଳି ସ୍ଥିତିରେ ଟଙ୍କାକୁ ମଧ୍ୟ କରାଯାଉଛି ସାନିଟାଇଜ । ଖୋଦ୍ ପୋଲିସ ବାବୁ ଟଙ୍କାକୁ ସାନିଟାଇଜ କରୁଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ ।
ଭୋପାଲ ପୋଲିସ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଟଙ୍କା ଆଦାୟ କରିଛି । ହେଲେ ନିୟମ ଉଲ୍ଲଂଘନ କାରୀଙ୍କଠାରୁ ପୋଲିସ ସିଧା ସଳଖ ହାତରୁ ଟଙ୍କା ନେଉ ନାହିଁ । ପଲିଥିନରେ ପୁରାଇ ନେଉଛି । କେବଳ ସେତିକି ନୁହେଁ ପ୍ରଥମେ ଟଙ୍କାକୁ ସାନିଟାଇଜ କରୁଛି, ତା’ପରେ ଏହାକୁ ପଲିଥିନରେ ପ୍ୟାକ୍ କରି ନେଉଛି । ଏଭଳି ନିଆରା ଉପାୟ ଆପଣାଇ ସଂକ୍ରମଣ ଠାରୁ ବର୍ତ୍ତିବା ପାଇଁ ଚେଷ୍ଠା କରୁଛି ଭୋପାଲ ପୋଲିସ ।
ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏହାର ମୁକାବିଲା ପାଇଁ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି । ଏହି ଭୂତାଣୁର କୌଣସି ଔଷଧ ବାହାରି ନାହିଁ । ତେବେ ଏହି ରୋଗ ସହ ଲଢ଼ିବା ପାଇଁ ପ୍ରମୁଖ ଅସ୍ତ୍ର ହେଉଛି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସାବୁନ କିମ୍ବା ସାନିଟାଇଜରେ ହାତ ଧୋଇବା । ଏହି ସବୁ ନିୟମ ମାନି ହିଁ କରୋନାକୁ ପ୍ରତିହତ କରିହେବ ।
Comments are closed.