ଭୁବନେଶ୍ବର: ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ା ଠାରେ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ବନ୍ଧା ହେଲେ ୨ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ହେଲେ ଗଙ୍ଗାପଡ଼ାର ଅଙ୍କିତ ଓ ପେଣ୍ଠକଟାର କୃଷ୍ଣ ଚନ୍ଦ୍ର ପ୍ରଧାନ । ଅଙ୍କିତ ସାହୁ ଦୁର୍ଘଟଣା ଦିନ ସ୍କର୍ପିଓ ଗାଡ଼ିରେ ଥିଲେ । ୨ ଅଭିଯୁକ୍ତକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।
ସୂଚନାମୁତାବକ, ଥାର୍ ଓ ସ୍କର୍ପିଓ ଗାଡ଼ିରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଆଶ୍ରୟ ଦେବା ସହ ଫେରାର ହେବାରେ ସାହାଯ୍ୟ କରିଥିଲେ ଗିରଫ କୃଷ୍ଣଚନ୍ଦ୍ର ପ୍ରଧାନ । କିନ୍ତୁ ଏବେ ବି ଦୁର୍ଘଟଣା ଘଟାଇଥିବା ଥାର୍ ଚାଳକ ଫେରାର ରହିଛନ୍ତି ।
ଗତ ୯ ତାରିଖ ସଂଧ୍ୟା ସମୟରେ ଜଣେ ମହିଳା ଓ ତାଙ୍କର ଦୁଇ ପୁଅ ଝିଅ ପାତ୍ରପଡ଼ାରେ ରାସ୍ତା ପାର ହେବା ବେଳେ ଦ୍ରୁତ ଗତିରେ ଆସି ତାଙ୍କୁ ଏକ ଥାର ଗାଡ଼ି ଧକ୍କା ଦେଇଥିଲା । ଏଥିରେ ମା ଝିଅଙ୍କର ମୃତ୍ୟୁ ହୋଇଛି । ଗୁରୁତର ପୁଅ ଚିକିତ୍ସାଧୀନ ଅଛି ।
Comments are closed.