Latest Odisha News

BREAKING NEWS

Airport issues advisory: ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି; ଆଗୁଆ ପହଞ୍ଚିବା ସହ…

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ବିମାନ ଯାତ୍ରା ପାଇଁ ଆଡଭାଇଜରୀ ଦିଆଯାଇଛି । ଆଗୁଆ ପହଞ୍ଚିବା ସହ ଚେକ୍‌-ଇନ୍‌ରେ ସମୟ ଦେବାକୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି । ଏଥିସହ ବିମାନବନ୍ଦର ସୁରକ୍ଷାକର୍ମୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

ସୂଚନାଥାଉକି,ଚତୁର୍ଥ ଶନିବାର ରବିବାର ଏବଂ ସୋମବାର ଦିନ ଗଣତନ୍ତ୍ର ଦିବସ । ​ଲଗାତାର ଛୁଟିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଏକ ଯାତ୍ରୀ ପରାମର୍ଶାବଳୀ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ବିମାନବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବା ଆଶଙ୍କା ରହିଛି ।

ଫଳରେ ଚେକ୍-ଇନ୍ ଏବଂ ସୁରକ୍ଷା ଯାଞ୍ଚ ପାଇଁ ଅଧିକ ସମୟ ଲାଗିପାରେ, ତେଣୁ ଯାତ୍ରୀମାନେ ଧୈର୍ଯ୍ୟର ସହ ସହଯୋଗ କରିବାକୁ କୁହାଯାଇଛି । ତେଣୁ ଯାତ୍ରୀଙ୍କୁ ​ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବାକୁ କୁହାଯାଇଛି ।ସୁରକ୍ଷା ଦୃଷ୍ଟିକୋଣରୁ ବିମାନବନ୍ଦରର ସୁରକ୍ଷା କର୍ମୀ ଓ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୁହାଯାଇଛି ଯାତ୍ରୀଙ୍କ ଦିଆଯାଇଛି ପରାମର୍ଶ ।

Leave A Reply

Your email address will not be published.