Latest Odisha News

‘ପ୍ଲାଷ୍ଟିକ୍ ମୁକ୍ତ ଅଞ୍ଚଳ’ ହେବାକୁ ଯାଉଛି ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଉତ୍କଳ ମ୍ୟାନେଜମଣ୍ଟ ଆଲୁମ୍ନାଇ ଆସୋସିଏସନ ପୁରାତନ ଛାତ୍ର ସଂଘ (ଉମା) ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ମିଳିତ ସହଯୋଗରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ‘ପ୍ଲାଷ୍ଟିକ ମୁକ୍ତ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି ।

ଏହି ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ସୌମେନ୍ଦ୍ର ମୋହନ ପଟ୍ଟନାୟକ । ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ବିଶିଷ୍ଠ ଅଧ୍ୟାପକ ଡ଼ଃ ବିଧୁ ଭୂଷଣ ମିଶ୍ର ଏବଂ ଉତ୍କଳ କୃଷି ବ୍ୟବସାୟ ପ୍ରଶାସନର ମୁଖ୍ୟ ଦୀପକ କୁମାର ରାମଙ୍କ ଉପସ୍ଥିତିରେ ପୂର୍ବ ଛାତ୍ର ସଂଘର ସଦସ୍ୟଙ୍କ ଦ୍ଵାରା ପରିଚାଳିତ ହୋଇଥିଲା ।

ଏହି କାର‌୍ୟ୍ୟକ୍ରମରେ ବ୍ୟବସାୟ ପ୍ରଶାସନର ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ବିଶ୍ୱବିଦ୍ୟାଳୟର ପରିସରକୁ ଏକ ପ୍ଲାଷ୍ଟିକ୍ ମୁକ୍ତ ଅଞ୍ଚଳ ଭାବେ ଗଢିତୋଳିବା ପାଇଁ ସଫଳ ପ୍ରୟାସ କରିଥିଲେ ।

Leave A Reply

Your email address will not be published.