Latest Odisha News

ଭୁବନେଶ୍ୱର ବିମାନ ବନ୍ଦରରେ ଛାଡ ହେବ ପାର୍କିଂ ଫି !

ନୂଆଦିଲ୍ଲୀ : ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଗାଡି ଗୁଡିକୁ ଆଉ ପାର୍କିଂ ଫି ଦେବାକୁ ପଡିବ ନାହିଁ। ଏନେଇ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ।

ଏଏଆଇ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ଏସମ୍ପର୍କରେ ଗଣମାଧ୍ୟମକୁ ବିଶଦ ବିବରଣୀ ଦେଇ କହିଛନ୍ତି “ବିମାନବନ୍ଦରରେ ପାର୍କିଂ ଫି ଛାଡକୁ ନେଇ ଏବେ ବିଚାର ବିମର୍ଶ ଜାରି ରହିଛି ଏବଂ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ପ୍ରକାଶ ପାଇବ ।

ମିଳିଥିବା ଏକ ରିର୍ପୋଟର ସୂଚନାନୁଯାୟୀ ଏଏଆଇ ପକ୍ଷରୁ ଗତ ଡିସେମ୍ବର ୧୦ରୁ ନୂଆ ପାର୍କିଂ ନୀତି ଅଣାଯାଇଥିବା ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ରାଜ୍ୟ ସଭାରେ ପ୍ରକାଶ କରିଛନ୍ତି। ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ନୂଆ ନିୟମ ଅନୁଯାୟୀ ଗାଡିଗୁଡିକ ପାଇଁ ଯାତ୍ରୀଙ୍କୁ ପିକ୍ ଅପ୍ ତଥା ଡ୍ରପ୍ ପାଇଁ କୌଣସି ସମୟ ସୀମା ରହିବନି ଏବଂ ଏଥିସହ ପାର୍କିଂ ଫି କିମ୍ବା ପ୍ରବେଶ ଫି ମଧ୍ୟ ଆଦାୟ ହେବ ନାହିଁ।

ବିମାନବନ୍ଦରରେ ଏହି ପାର୍କିଂ ଫି ଆଦାୟ ନେଇ ଯାତ୍ରୀମାନେ ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି । ତେବେ ପାର୍କିଂ ଗେଟରେ ଥିବା କର୍ମଚାରୀମାନଙ୍କ ଅସାବଧାନତା ଯୋଗୁଁ ତଥା ନିମ୍ନମାନର ପରିଚାଳନାଗତ ତ୍ରୁଟି ନେଇ ଯାତ୍ରୀମାନେ ପୂର୍ବରୁ ଅଭିଯୋଗ କରିଛନ୍ତି ।

ପୂର୍ବତନ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ପାର୍କିଂ ବ୍ୟବସ୍ଥାକୁ ନେଇ ଅନେକ ସମୟରେ ଅସନ୍ତୋଷ ପ୍ରକାଶ କରିଥିଲେ, ଏନେଇ ପୂର୍ବରୁ ସେ ବିଭାଗୀୟ ମନ୍ତ୍ରଣାଳୟକୁ ଟ୍ୱିଟ୍ ମାଧ୍ୟମରେ ଜଣାଛନ୍ତି । ଏହି ମାଗଣା ପାର୍କିଂ ଫି ସମ୍ପର୍କରେ ସୂଚନା ପାଇବା ପରେ ସେ ଶୁକ୍ରବାର ଦିନ ଏକ ଟ୍ୱିଟ୍ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି ।

ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଧିନରେ ଥିବା ଦେଶର ସମସ୍ତ ୯୦ଟି ବିମାନବନ୍ଦରରେ ଏହି ନୂଆ ନିୟମ ଲାଗୁ ହେଲେ ଏହା କାର୍ଯ୍ୟକାରୀ ହେବ ।

Comments are closed.