Latest Odisha News

ସୁନ୍ଦରଗଡ଼: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ରାସ୍ତା କଡ଼ରୁ ମିଳିଲା ଯୁବତୀଙ୍କ ଶବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ କସଡ଼ା ଛକ ନିକଟସ୍ଥ ରାସ୍ତାକଡ଼ରୁ ଶୁକ୍ରବାର ସକାଳେ ଜଣେ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ଶବ ଉଦ୍ଧାର କରାଯାଇଛି ।

ରାସ୍ତାକଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲେ ମଧ୍ୟ ଶବ ଚିହ୍ନଟ ହୋଇପାରିନାହିଁ ।
କସଡ଼ା ଛକ ରାସ୍ତାକଡ଼ରେ ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ପ୍ରଥମେ ଦେଖି ପୋଲିସକୁ ଜଣାଇଥିଲେ ।

ଘଟଣା ସମ୍ପର୍କରେ ଖବରପାଇ, ପୋଲିସ ସେହି ସ୍ଥାନରେ ପହଞ୍ଚିଥିଲେ ଏବଂ ମୃତଦେହକୁ ତୁରନ୍ତ ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଛନ୍ତି ।

ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଯୁବତୀ ଜଣକଙ୍କୁ କୌଣସି ଦୁର୍ବୃତ୍ତ ତାଙ୍କ ସହିତ ଦୁଷ୍କର୍ମ କରିବା ପରେ ହତ୍ୟା ଘଟାଇଥାଇ ପାରନ୍ତି ବୋଲି ସାଧାରଣରେ ସନ୍ଦେହ ଉପୁଜିଛି ।

ସ୍ଥାନୀୟ ପୋଲିସ ଏହି ଘଟଣାର ଛାନଭିନ୍ ଆରମ୍ଭ କରି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.