ଭୁବନେଶ୍ବର: ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି । ମଙ୍ଗଳବାର ପୱନ ହଂସ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ହୋଇଛି । ଏନେଇ ରାଜ୍ୟ ବାଣିଜ୍ୟ , ପରିବହନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି ।
ବାରିପଦା ପୋଲିସ ଲାଇନ ହେଲିପ୍ୟାଡ ଠାରୁ ଭୁବନେଶ୍ଵର ବିମାନ ବନ୍ଦରକୁ ଏହି ସେବା ମିଳିବ । ବର୍ତ୍ତମାନ ପାଇଁ ମାସକୁ ୪ ରୁ ୫ ଥର ଉଡାଣ ଭରିବ ହେଲିକପ୍ଟର ।
ଭୁବନେଶ୍ଵରରୁ ପର୍ଯ୍ୟଟକ ମାନଙ୍କୁ ଆଣି ବାରିପଦା ପହଁଚାଇବା ଓ ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ଠାରେ ରହଣୀ ବ୍ୟବସ୍ଥା କରିବାର ବ୍ୟବସ୍ଥା କରାଯାଇଛି । ଏହି ସେବା ଆରମ୍ଭ ଫଳରେ ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ବାଣିଜ୍ୟ ଓ ଏମରଜେନ୍ସିରେ ଉନ୍ନତ ସେବା ମିଳିପାରବ ।