Latest Odisha News

BREAKING NEWS

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍

ଭୁବନେଶ୍ୱର: ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ । ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଘଟିଥିବା ଛାତି ଥରା ଦୁର୍ଘଟଣାକୁ ୪ ଦିନ ବିତିଥିବା ବେଳେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ରାଜଧାନୀ ଏକ୍ସପ୍ରେସ୍ ।

ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ଏକ ରେଲୱେ ଲେବଲ୍ କ୍ରସିଂରେ ଡିଜେଲ୍ ଲୋଡ୍ ରହିଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଇଥାନ୍ତା ରାଜଧାନୀ ଏକ୍ସପ୍ରେସ୍ । ତେବେ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣାରୁ ରାଜଧାନୀ ଏକ୍ସପ୍ରେସ୍ ଅଳ୍ପକେ ବର୍ତ୍ତି ଯାଇଛି ।

ରାଜଧାନୀ ଏକ୍ସପ୍ରେସ୍ ଦ୍ରୁତଗତିରେ ଯାଉଥିବା ବେଳେ ଡ୍ରାଇଭର ଦୂରରୁ ଦେଖିଥିଲେ ସନ୍ତାଳଡିହ ଷ୍ଟେସନ୍ ନିକଟରେ ଥିବା ରେଲୱେ ଲେବଲ୍ କ୍ରସିଂ ଟ୍ରାକରେ ଟ୍ରାକ୍ଟର ଅଛି । ତତକ୍ଷଣାତ୍ ଡ୍ରାଇଭର ଟ୍ରେନର ବେଗ କମାଇବା ସହ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଥିବା ସୂଚନା ଦେଇଛନ୍ତି ଦକ୍ଷିଣ ପୂର୍ବ ରେଳପଥର ଡିଆରଏମ୍ ।

ତେବେ ସନ୍ତାଳଡିହ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ ରହଣୀ କରେ ନାହିଁ । ତଥାପି ରାଜଧାନୀର ଇଞ୍ଜିନ୍ ସହ ୨ଟି କୋଚ୍ ଟ୍ରାକ୍ଟର ସହ ମାଡ଼ ହୋଇଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଅଘଟଣ ଘଟିଥିବା ବେଳେ ପ୍ରାୟ ୪୫ ମିନିଟ୍ ବିଳମ୍ବରେ ଛାଡ଼ିଥିଲା ରାଜଧାନୀ ଏକ୍ସପ୍ରେସ୍ । ଘଟଣାରେ ଗେଟ୍ ମ୍ୟାନଙ୍କୁ ନିଲମ୍ବିତ କରାଯିବା ସହ ଅବହେଳା ପାଇଁ ଏଫ୍ଆଇଆର୍ ଦିଆଯାଇଛି ।

Leave A Reply

Your email address will not be published.