Latest Odisha News

BREAKING NEWS

ଲକ୍ଷ୍ମଣ ସାହୁ ‘ନୀଳଚକ୍ର ସମ୍ମାନ’ରେ ସମ୍ମାନିତ

କଟକ : ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ପକ୍ଷରୁ ନିମାପଡ଼ା ଟାଉନ୍ ହଲ ପରିସରରେ କଟକ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ସାହୁଙ୍କୁ ‘ନୀଳଚକ୍ର ସମ୍ମାନ-୨୦୨୩ ‘ ପ୍ରଦାନ କରାଯାଇଛି ।ଏହି ଅବସରରେ ସାହିତ୍ୟ ଆଲୋଚନାରେ ବିଶ୍ୱ ଦରବାରରେ ରଥ ଯାତ୍ରା ଶୀର୍ଷକ ଉପରେ ଶ୍ରୀ ସାହୁ ‘ଜଗନ୍ନାଥ ଏକ ନାମରେ ଅନେକ ‘ ବିଷୟରେ ସାରଗର୍ଭକ ଅଭିଭାଷଣ ରଖିଥିଲେ ।

ଶ୍ରୀ ସାହୁ ଜଣେ ସଫଳ ପ୍ରାବନ୍ଧିକ ଓ ସ୍ତମ୍ଭକାର ଭାବରେ ବେଶ୍ ସୁପରିଚିତ । ପ୍ରାଚୀନରୁ ଆଧୁନିକ ସାହିତ୍ୟ ଉପରେ ଗବେଷଣା କରୁଥିବା ବେଳେ ବିଭିନ୍ନ ପତ୍ର ପତ୍ରିକା ଓ ଦୈନିକ ଖବରକାଗଜରେ ସାମ୍ପ୍ରତିକ ଘଟଣାବଳୀକୁ ନେଇ ତାଙ୍କର ପ୍ରସ୍ତୁତ ଆଲେଖ୍ୟ ପ୍ରକାଶ ପାଇ ଆସୁଛି । ତାଙ୍କର ‘ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା ସୃଷ୍ଟି ଦ୍ରଷ୍ଟା’ ପୁସ୍ତକଟି ଛାତ୍ର ମହଲରେ ବେଶ୍ ଆଦୃତ ଲାଭ କରିଛି । ଇତିପୂର୍ବରୁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀଗଣେଶ ସମ୍ମାନ, ସୁଶ୍ରୀ ପ୍ରାବନ୍ଧିକ ସମ୍ମାନ, ବିଶିଷ୍ଟ ଶିକ୍ଷାବିତ୍ ସମ୍ମାନ, ମାୟାଧର ମାନସିଂହ ସ୍ମୁତି ସମ୍ମାନ, ସ୍ତମ୍ଭକାର-୨୦୨୦ ସମ୍ମାନ, ଜ୍ଞାନ ସାରଥୀ ସମ୍ମାନ, ସାରସ୍ଵତ ସମ୍ମାନ-୨୦୨୨ ଆଦି ସମ୍ମାନ ଲାଭ କରିଛନ୍ତି ।

Leave A Reply

Your email address will not be published.