Latest Odisha News

BREAKING NEWS

Bhubaneswar Club President: “ଭୋଟ୍ ଫର ଚେଞ୍ଜ” ନାରା ହେଲା ସଫଳ: ଭୁବନେଶ୍ବର କ୍ଲବ ସଭାପତି ହେଲେ ପ୍ରଦୀପ ଜେନା

ଭୁବନେଶ୍ବର: ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇର ଆସିଲା ଫଳାଫଳ । ପ୍ରଦୀପ ଜେନା ଅସିତ ତ୍ରିପାଠୀଙ୍କୁ ପରାସ୍ତ କରି ନୂତନ ସଭାପତି ହେଲେ । ଲଳିତ ଦାସ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି, ପ୍ରଗତି କୁମାର ମହାନ୍ତି ଏବଂ ସମ୍ବିତ ମହାନ୍ତି ଯଥାକ୍ରମେ ଉପ-ସଭାପତି ଏବଂ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି ।

ସୂଚନାଥାଉକି , ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଥିଲେ । ସଭାପତି ପ୍ରଦୀପ କୁମାର ଜେନା ୧୮ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପ-ସଭାପତି ପ୍ରଗତି ମହାନ୍ତି ୬୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ସମ୍ପାଦକ ଲଳିତ ଦାସ ୭୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ଯୁଗ୍ମ ସମ୍ପାଦକ ସମ୍ବିତ ମହାନ୍ତି ୬୮ ଭୋଟରେ ବିଜୟୀ ହୋଇଛନ୍ତି ।

ସୂଚନାମୁତାବକ, ଶନିବାର ନିର୍ବାଚନ ପାଇଁ ଇ-ଭୋଟିଂ ଅନୁଷ୍ଠିତ ହୋଇଥିଲେ ମଧ୍ୟ, ରବିବାର ପାଇଁ ବାଲାଟ୍ ଉପରେ ଭୋଟ୍ ଦିଆଯିବା ସ୍ଥିର ହୋଇଥିଲା । ରବିବାର ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଭିତରେ କ୍ଲବକୁ ଆସି ମତଦାନ କରିଥିଲେ ।  ୧୯୨୨ ଜଣ ବ୍ୟକ୍ତିଗତ ଏବଂ ୩୯୯ ଜଣ କର୍ପୋରେଟ୍ ଭୋଟରଙ୍କ ସମେତ ୨୩୨୧ ଜଣ ଭୋଟରଙ୍କୁ ନେଇ ଏହି ନିର୍ବାଚନ ହୋଇଥିଲା ।

 

 

 

 

 

 

 

Comments are closed.