Latest Odisha News

BREAKING NEWS

ହାଇକୋର୍ଟ ଗଲେ ସଚିନ ପାଇଲଟ୍‌

ଜୟପୁର: ଜଟିଳ ହେଉଛି ରାଜସ୍ଥାନର ରାଜନୈତିକ ଡ୍ରାମା । ସଚିନ ପାଇଲଟ୍ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି କଂଗ୍ରେସ ବାଚସ୍ପତିଙ୍କ ନିକଟରେ ଦ୍ୱାରସ୍ଥ ହେବା ପରେ ବାଚସ୍ପତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ବାଚସ୍ପତିଙ୍କ ନୋଟିସକୁ ଚ୍ୟାଲେଂଜ କରି ସଚିନ ପାଇଲଟ୍ ରାଜସ୍ଥାନ ହାଇକୋର୍ଟ ଯାଇଛନ୍ତି । ଆଉ କିଛି ସମୟ ପରେ ଏହାର ଜରୁରୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ସଚିନ ଏବଂ ତାଙ୍କ ସମର୍ଥକଙ୍କ ସଭ୍ୟପଦ୍ଦ କାହିଁକି ରଦ୍ଦ କରାନଯିବ ସେନେଇ ସମସ୍ତଙ୍କୁ ନୋଟିସ କରିଛନ୍ତି ବାଚସ୍ପତି । କାରଣ, ସଚିଏ ଏବଂ ଅନ୍ୟ ସଦସ୍ୟ ବିଧାୟକ ଦଳ ବୈଠକରେ ଯୋଗ ଦେଉନାହାଁନ୍ତି । ଏହାରି ଭିତରେ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ବିଦା କରାଯାଇଛି । ପାଇଲଟଙ୍କ ଦୁଇ ବିଶ୍ୱସ୍ତ ସହଯୋଗୀ ବିଶ୍ୱେନ୍ଦ୍ର ସିଂ ଏବଂ ଅଶୋକ ମୀନାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । କଂଗ୍ରେସର ଏହି କାର୍ଯ୍ୟାନୁଷ୍ଠାନ ପରେ ବିଦ୍ରୋହ ଆହୁରି ବିସ୍ଫୋରକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.