Latest Odisha News

BREAKING NEWS

ସୋସିଆଲ ମିଡିଆରେ ଲିଙ୍ଗରାଜ ମନ୍ଦିରର ଫଟୋ ଭାଇରାଲ୍, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଭିତର ଦୃଶ୍ୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଗୁରୁବାର ଦିନ ପୋଲିସ ତଦନ୍ତ ଆରମ୍ଭ କରିଛି ।

BjdElectrycity

ମିଳିଥିବା ସୂଚନାନୁଯାୟୀ ଲିଙ୍ଗରାଜ ମନ୍ଦିର ମଧ୍ୟକୁ ମୋବାଇଲ୍ ଓ କ୍ୟାମେରା ନେବା ନିଷେଧ ହୋଇଥିବା ବେଳେ ପ୍ରଦୀପ ପାତ୍ର ନାମକ ଜଣେ ବ୍ୟକ୍ତି ପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଫଟୋ ଉତ୍ତୋଳନ କରିବା ସହ ନିଜ ଫେସବୁକ୍ ପେଜରେ ପୋଷ୍ଟ କରିଥିଲେ ।

ପରେ ଏହି ଘଟଣା ସମ୍ପର୍କରେ ଚର୍ଚ୍ଚା ହେବାରୁ ସେ ଉକ୍ତ ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ କାର୍ତ୍ତି ମାସ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶ ଅନୁଷ୍ଠିତ କରାଯାଇଥାଏ ।

Leave A Reply

Your email address will not be published.