Latest Odisha News

BREAKING NEWS

ତ୍ୱଚାରେ ଚମକ ଆଣିବ ଚାଉଳ ପାଣି, ଜାଣନ୍ତୁ କିପରି

ଭୁବନେଶ୍ୱର: ମୁଁହର ଚମକକୁ ଫେରାଇ ଆଣିବ ଚାଉଳର ପାଣି ବା ଚାଉଳ ମଣ୍ଡ । ଏଥିରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ସ ରହିଛି । ଯାହା ଆମ ଶରୀର ପାଇଁ ଯେତିକି ଲାଭଦାୟକ, ଆମ ତ୍ୱଚା ଓ ଚୁଟି ପାଇଁ ମଧ୍ୟ ସେତିକି ଉପକାରୀ ଅଟେ । ଏହି ପାଣିର ବ୍ୟବହାରରେ ତ୍ୱଚାରେ ଚମକ ଆସିଥାଏ । ଏହା ଏକ ପ୍ରକାର ଏଣ୍ଟି ଏଜିଙ୍ଗ ଭଳି କାମ କରିଥାଏ ।

ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର:

୧. ଦୁଇଟି ଉପାୟରେ ଆମେ ଏହା ପ୍ରସ୍ତୁତ କରିପାରିବା । ପ୍ରଥମତଃ ଚାଉଳକୁ ଅଧା ଘଣ୍ଟା କିମ୍ବା ରାତିସାରା ପାଣିରେ ଭିଜାଇ ରଖିବେ । ଚାଉଳ ଭଲ ଭାବରେ ବତୁରି ଗଲାପରେ ଚାଉଳକୁ ଛାଣି ଦେବେ । ଦ୍ୱିତୀୟତଃ ଯେମିତି ଭାତ ରନ୍ଧା ଯାଏ ସେମିତି ରାନ୍ଧିବେ ।ଭାତ ସମ୍ପୂର୍ଣ ହୋଇଗଲା ପରେ ଏହାର ପେଜ ବାହାର କରିଦେବେ । ଏହି ପେଜ ବା ମଣ୍ଡରେ ଆବଶ୍ୟକ ପରିମାଣର ଭିଟାମିନ ଏବଂ ମିନେରାଲ୍ସ ରହିଛି ।ଏହି ପାଣି ବା ପେଜକୁ ଆପଣ ମୁହଁ ସଫା କରିବା ପାଇଁ ବ୍ୟବହାର କରିପାରିବେ । ଏହା ଆପଣଙ୍କ ମୁହଁକୁ ତାଜା ଓ ସ୍ୱଚ୍ଛ କରିବାରେ ସାହାଯ୍ୟ କରିବ । ଏହା ଦ୍ୱାରା ଆପଣ ଚେହେରାରେ ପୁରୁଣା ଚମକ ଫେରି ପାଇବେ।

୨. ଚାଉଳ ଭିଜା ପାଣି ବା ମଣ୍ଡା ବ୍ୟବହାର ଦ୍ୱାରା ମୁହଁରେ ଉଠୁଥିବା ବ୍ରଣ ମଧ୍ୟ ଦୂର ହୋଇଯାଇଥାଏ । ଏହା ସହିତ ତ୍ୱଚା କୋମଳ ମଧ୍ୟ ହୋଇଥାଏ । କଟନକୁ ଏହି ପାଣିରେ ଭିଜେଇ ମୁହଁ ଲଗେଇ ପାରିବେ କିମ୍ବା କୌଣସି ଏକ ସ୍ପ୍ରେ ବୋତଲରେ ପୁରାଇ ମୁହଁରେ ସ୍ପ୍ରେ ମଧ୍ୟ କରିପାରିବେ ।

ଏହି ପାଣିରେ ମୁଣ୍ଡ ସଫା କଲେ ଚୁଟି ମଧ୍ୟ ବହୁତ ଚିକ୍କଣ ହୋଇଥାଏ । ଏହାସହ ଚୁଟି ମଜବୁତ ମଧ୍ୟ ହୋଇଥାଏ । ଏହା କଣ୍ଡିସନର ଭଳି କାମ କରିଥାଏ । ସାମ୍ପୁ କରିବା ପରେ ଏହି ପାଣିରେ ଚୁଟି ଧୋଇବେ । ଚୁଟିର ମୂଳରେ ମସାଜ କରିବେ ଏବଂ ପରେ ସଫା ପାଣିରେ ଧୋଇବେ । ଏହି ପ୍ରକ୍ରିୟା ସପ୍ତାହକୁ ଥରେ କିମ୍ବା ଦୁଇଥର କରିବା ଫଳରେ ଚୁଟି ସୁନ୍ଦର ଏବଂ ମୁଲାୟମ ହୋଇଥାଏ ।

Leave A Reply

Your email address will not be published.