Latest Odisha News

BREAKING NEWS

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: DNAରୁ ସ୍ପଷ୍ଟ ହେଲା ସିମାଂଚଳ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆସିଛି ଡିଏନଏ ରିପୋର୍ଟ। ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ମାଂସ ଖଣ୍ଡର ଡିଏନଏ ଟେଷ୍ଟରୁ ସ୍ପଷ୍ଟ ହୋଇଛି ଯେ, ତାହା ନିଖୋଜ ହୋଇଥିବା ସିମାଂଚଳ ପରିଡାଙ୍କର । ଅର୍ଥାତ, ବିସ୍ଫୋରଣରେ ସିମାଂଚଳ ପରିଡାଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଘଟଣାରେ ଏଯାଏଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ଆଜି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ, ଡିଏନଏ ପରୀକ୍ଷାରେ ସ୍ପଷ୍ଟ ହୋଇଛି ଯେ, ନିଖୋଜ ଥିବା ସୀମାଂଚଳ ପରିଡାଙ୍କ ମୃତ୍ୟୁ ହୋଇଛି । ଅନ୍ୟ କୌଣସି ଲୋକଙ୍କ ମୃତ୍ୟୁ ନେଇ ଡିଏନଏ ପରୀକ୍ଷାରେ ସ୍ପଷ୍ଟ ହୋଇନାହିଁ । ଏନେଇ ସିମାଂଚଳଙ୍କ ପରିବାରକୁ ଜଣାଇ ଦିଆଯାଇଛି । ଏଥିସହ ଇଣ୍ଡିଆନ୍ ଓଏଲ କର୍ତ୍ତୃପ କ୍ଷଙ୍କୁ ମଧ୍ୟ ସିମାଂଚଳଙ୍କ ମୃତ୍ୟୁ ନେଇ ଅବଗତ କରାଯାଇଛି । ଫଳରେ ତାଙ୍କ ପରିବାରକୁ ସହାୟତା ରାଶି ମିଳିବା ସହଜ ହେବ ।

Leave A Reply

Your email address will not be published.