Latest Odisha News

ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା: କାର୍ ମାଲିକ ଗିରଫ

ଭୁବନେଶ୍ବର: ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା  । ଭୁବନେଶ୍ବରରୁ ଅଭିଯୁକ୍ତ କାର୍ ମାଲିକ ବିକାଶ ପାଲକୁ ପୋଲିସ ଗିରଫ କରିଛି  । ଆଠଗଡରୁ ଭୁବନେଶ୍ବରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଫୁଟପାଥରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାରଟି ଚଢିଯାଇଥିଲା । ନିଜେ କାର ମାଲିକ ବିକାଶ ହିଁ ବେପରୁଆ ଭାବେ ଗାଡି ଚଳାଉଥିଲେ । ଅଭିଯୁକ୍ତ ବିକାଶଙ୍କ ନାଁରେ ୨୭୯, ୩୦୪(ଏ)ରେ ମାମଲା ରୁଜ୍ଜୁ ହୋଇଥିବା ସୂଚନା ମିଳିଛି ।

ସୂଚନା ମୂତାବକ ଗତ ୩୦ ତାରିଖ ଦିନ ବିଳମ୍ବିତ ରାତିରେ  ଏକ କାର ଏଜି ଛକରୁ ରାଜମହଲ ଅଭିମୁଖେ ଆସୁଥିଲା । ଏତିକି ବେଳେ ରାଜମହଲ ଫୁଟପାଥରା କିଛି ଶ୍ରମିକ ଆଶ୍ରୟ ନେଇଥିଲେ । ଏହି କାରଟି ପ୍ରଥମେ ଡିଭାଡରରେ ପିଟି ହୋଇଯାଇଥିଲା  । ଏବଂ ପରେ ଏହା ଫୁଟପାଥ ଉପରକୁ ଚଢି ଯାଇଥିଲା । ଫଳରେ ଫୁଟପାଥରେ ନିଘୋଡ ନିଦ୍ରାରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢି ଯାଇଥିଲା । ଶ୍ରମିକଙ୍କ ଉପରେ କାର ଚଢାଇ ଦ୍ରୁତ ଗତିରେ  କଳ୍ପନା ଛକ ଦେଇ ଲିଙ୍ଗିପୁର ଖସିପଳାଇଥିଲା ଡ୍ରାଇଭର । ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଥିଲା  । କିନ୍ତୁ ଅଭିଯୁକ୍ତ ଡ୍ରାଇଭରଙ୍କୁ ଖୋଜାଖୋଜି ଜାରି ରଖିଥିଲା । ଆଜି ଅଭିଯୁକ୍ତ ବିକାଶ ପାଲକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

Comments are closed.