Latest Odisha News

ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ

ଭୁବନେଶ୍ଵର: ଚଳିତ ମାସ ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡିବ ଦ୍ୱିତୀୟ ବିମାନ । ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ । ‘ଇଣ୍ଡିଆ ୱାନ୍‌ ଏ’ ସଂସ୍ଥା ଏହି ବିମାନ ସେବା ଯୋଗାଇବ । ଇଣ୍ଡିଆ ୱାନ୍‌ ଏୟାରର ୯ ସିଟ ବିଶିଷ୍ଟ ବିମାନ ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ୮.୪୫ରେ ପହଞ୍ଚିବ। ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବା ସୂଚନା ଜାରି ହୋଇଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ୨୦୨୨ ଅକ୍ଟୋବର ୩୧ରୁ ଜୟପୁରକୁ ପ୍ରଥମ ବିମାନସେବା ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ଚୁକ୍ତି ମୁତାବକ ପରୀକ୍ଷାମୂଳକ ଭାବେ ଇଣ୍ଡିଆ ୱାନ୍ ଏୟାର କମ୍ପାନି ୯ ସିଟ ବିଶିଷ୍ଟ ବିମାନ ଚଳାଚଳ କରିଥିଲା । ଏହାର ସପ୍ତାହକ ପରେ ଉକ୍ତ ବିମାନ ବିଶାଖାପାଟଣାକୁ ମଧ୍ୟ ଉଡ଼ାଣ ଭରିଥିଲା । ବର୍ତ୍ତମାନ ସପ୍ତାହକୁ ସାତ ଦିନ ଏହି ବିମାନ ଚଳାଚଳ କରୁଛି ।

 

Leave A Reply

Your email address will not be published.