Latest Odisha News

BREAKING NEWS

ଆସନ୍ତାକାଲିଠୁ ଭୁବନେଶ୍ୱର-ଜୁନାଗଡ ରୋଡ୍ ଏକ୍ସପ୍ରେସ୍ ଚଳାଚଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଆସନ୍ତାକାଲି ଠାରୁ ଜୁନାଗଡରୁ ଭୁବନେଶ୍ୱରକୁ ଏକ ଟ୍ରେନ୍ ଚଳାଚଳ କରିବ ।

କନ୍ଧମାଳ ସାଂସଦ ବସନ୍ତ ପଣ୍ଡା ଟ୍ରେନ୍ ନଂ- ୧୮୪୩୮ ଭୁବନେଶ୍ୱର- ଜୁନାଗଡ ରୋଡ୍ ଏକ୍ସପ୍ରେସ୍ ଟ୍ରେନକୁ ଆନୁଷ୍ଠାନିକ ଭାବେ ଜୁନାଗଡ ରେଳ ଷ୍ଟେସନରେ ଅପରାହ୍ନ ୪ଟା ବେଳେ ଉଦଘାଟନ କରିବେ ବୋଲି ପୂର୍ବତଟ ରେଳବାଇ ସୁତ୍ରରୁ ପ୍ରକାଶ ।

ଏହି ଟ୍ରେନ୍ ପ୍ରତିଦିନ ଜୁନାଗଡରୁ ଅପରାହ୍ନ ୪ଟା ବେଳେ ବାହାରି ଭୁବନେଶ୍ୱରରେ ପାଖାପାଖି ୭ଟା ୩୦ମିରେ ପହଞ୍ଚିବ ।

ବର୍ତ୍ତମାନ ଏହି ଟ୍ରେନ୍ ଏବେ ଖୋର୍ଦ୍ଧା ରୋଡ୍, ବାଲୁଗାଁ, ଛତ୍ରପୁର, ବଡମାଳ,ଇଚ୍ଛାପୁରମ୍, ପଲାସା, ନୂଆପଡା, ଶ୍ରୀକାକୁଲ୍ଲମ୍, ବିଜୟାନଗରମ୍, ବୋବିଲି, ପ୍ରଭାତିପୁରମ୍, ରୌଗଡା, ବିଷମ କଟକ, ମୁନିଗୁଡା, ଆମ୍ବୋଦଳା, ଲାଞ୍ଜିଗଡ ରୋଡ୍, ଜି ରାମଚନ୍ଦ୍ରପୁର, ଦେପୁର, ଭବାନୀପାଟଣା ଏବଂ କୁତୃକମାଲ ନିକଟରେ ଅଟକିବ ।

Leave A Reply

Your email address will not be published.