Latest Odisha News

କାହିିଁକି ଭଂଗାଯାଏ ‘ଦହିହାଣ୍ଡି’…

ସାରା ଦେଶରେ ବଡ ଧୁମଧାମରେ ‘ଜନ୍ମାଷ୍ଟମୀ’ ପାଳିତ ହେଉଥିବା ବେଳେ ଏହାର ଗୋଟିଏ ଦିନ ପରେ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯାଇଥାଏ ।

ମୁଖତଃ ଏହି ଉତ୍ସବ ଖାସକରି ମହାରାଷ୍ଟ୍ର ଓ ଗୁଜୁରାଟରେ ପାଳନ କରାଯାଇଥିବା ବେଳେ ଏବେକା ସମୟରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ସବୁଠି ପାଳନ କରାଯାଉଅଛି ।

କୁହାଯାଏ, ଶ୍ରୀକୃଷ୍ଣଙ୍କ ଜନ୍ମଦିନର ଖୁସିରେ ଜନ୍ମାଷ୍ଟମୀ ପାଳନ କରାଯାଉଥିବା ବେଳେ ଏହି ଦହି ହାଣ୍ଡି ଭଙ୍ଗା ଉତ୍ସବରେ ତାଙ୍କର ବାଲ୍ୟ ଲୀଳାଖେଳା ପ୍ରଦର୍ଶନ ହୋଇଥାଏ । ପିଲାବେଳେ ଭଗବାନ କୃଷ୍ଣ ଦହି ଓ ଲବଣୀ ପ୍ରତି ଅଧିକ ଆକର୍ଷିତ ଥିଲେ । ଏପରିକି ସେ ଚୋରି କରିକି ମଧ୍ୟ ଖାଇବାକୁ ପଛାଉନଥିଲେ । ସେଥିପାଇଁ ତାଙ୍କୁ ‘ଲହୁଣୀ ଚୋର’ ବୋଲି ମଧ୍ୟ କୁହାଯାଇଥାଏ ।

ଏହି ‘ଦହି ହାଣ୍ଡି ଭଙ୍ଗା’ ଦୃଶ୍ୟ ଅନେକ ଚଳଚ୍ଚିତ୍ର ଗୁଡିକରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ଉତ୍ସବ ଅବସରରେ ଖାସକରି ପୁରୁଷମାନେ ଜଣକ ଉପରେ ଜଣେ ଚଢି ମଣିଷ ପିରାମିଡ୍ ତିଆରି କରିଥାନ୍ତି । ପରବର୍ତ୍ତୀ ସମୟରେ ପାଖାପାଖି ୨୦-୩୦ ଫୁଟ ଉଚ୍ଚରେ ଝୁଲୁଥିବା ଦହି ହାଣ୍ଡିକୁ ଶୀର୍ଷରେ ଥିବା ଜଣେ ବ୍ୟକ୍ତି ଭାଙ୍ଗିଥାନ୍ତି । ଏହି ଉତ୍ସବକୁ ଦେଖିବା ଲାଗି ଦର୍ଶକମାନଙ୍କର ଭିଡ ଭମିବା ସହ ବଡ ଧୁମଧାମରେ ଏହାକୁ ପାଳନ କରାଯାଇଥାଏ ।

କାହିଁକି ପାଳିତ ହୁଏ ଦହି ହାଣ୍ଡି ଉତ୍ସବ-

ପୌରାଣିକ କଥାନୁଯାୟୀ ବୃନ୍ଦାବନବାସୀ ଲହୁଣୀ ଚୋର କୃଷ୍ଣଙ୍କ ଠାରୁ ନିଜ ଲହୁଣୀକୁ ଲୁଚାଇବାକୁ ଯାଇ ଉଚ୍ଚଉଚ୍ଚ ସ୍ଥାନରେ ଟାଙ୍ଗି ଦେଉଥିଲେ । ଯେପରି କୃଷ୍ଣଙ୍କ ହାତ ପାଇବ ନାହିଁ । କିନ୍ତୁ ସେମାନଙ୍କ ସତ ଚେଷ୍ଟା ପରେ ମଧ୍ୟ ଅତ୍ୟନ୍ତ ଚତୁରତାର ସହ ବାଳଗୋପାଳ କୃଷ୍ଣ ହାଣ୍ଡି ଭାଙ୍ଗୁଥିଲେ । ଏପରିକି ଲହୁଣୀ ଖାଇବା ଲାଗି କୃଷ୍ଣ ନିଜ ବନ୍ଧୁମାନଙ୍କ ସହ ମିଶି ପିରାମିଡ ଶୈଳୀରେ ଜଣକ ଉପରେ ଜଣେ ଚଢି ହାଣ୍ଡି ସବୁକୁ ଭାଙ୍ଗି ଅତି ଆନନ୍ଦରେ ଲହୁଣୀ ଖାଇଦେଉଥିଲେ ।

ପରବର୍ତ୍ତୀ ସମୟରେ ଶ୍ରୀକୃଷ୍ଣଙ୍କ ଏହି ନଟଖଟ୍ ଲୀଳା ସବୁକୁ ମନେପକାଇବା ପାଇଁ ଏକ ପରମ୍ପରା ସଦୃଶ୍ୟ ଏହି ଦହି ହାଣ୍ଡି ଭଙ୍ଗା ଉତ୍ସବ ବଡ ଧୁମଧାମରେ ପାଳନ କରାଯାଇଆସୁଅଛି ।

Leave A Reply

Your email address will not be published.