Latest Odisha News

BREAKING NEWS

ଡ୍ରାଇଭରଙ୍କ ଆନ୍ଦୋଳନ, ପେଟ୍ରୋଲ ପମ୍ପରୁ ସରି ଆସୁଛି ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର: ଷ୍ଟିୟରିଂ ଛାଡ଼ି ନାକେଦମ୍ କଲେଣି ଡ୍ରାଇଭର । ଜାତୀୟ ରାଜପଥରେ ଡ୍ରାଇଭରଙ୍କ ରାସ୍ତାରୋକ ଯୋଗୁଁ ମାଲବାହୀ ଗାଡ଼ି ଗଡ଼ୁ ନାହିଁ । ଅନ୍ୟ ପଟେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସହରରେ ଦେଖା ଦେଇଛି ପେଟ୍ରୋଲ ଓ ଡିଜେଲ୍ ଅଭାବ ।

ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ପାଇଁ ସହର ଭିତରକୁ ମାଲବାହୀ ଗାଡ଼ି ପଶି ପାରୁନି । ଫଳରେ ଲୋକେ ଆତଙ୍କିତ ହୋଇ ଆବଶ୍ୟକତା ଠାରୁ ଅଧିକ ତେଲ ପକାଉଛନ୍ତି । ଆଜି ଅଧିକାଂଶ ତେଲ ଟାଙ୍କିରେ ପେଟ୍ରୋଲ ସରି ଯାଇଥିବା ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।

ପ୍ରାୟ ଟାଙ୍କିରେ ଦୁଇ ଦିନ ଲାଗି ତେଲ ରହିଥାଏ । ଲୋକେ ଆବଶ୍ୟକତା ଠାରୁ ଅଧିକ ତେଲ ପକାଉଛନ୍ତି ଫଳରେ ଆଜି ଗୋଟିଏ ଦିନରେ ଅଢ଼େଇ ଦିନର ପେଟ୍ରୋଲ ଶେଷ ହୋଇ ଯାଇଛି । ବ୍ୟସ୍ତ ହୋଇ ତେଲ ପକାନ୍ତୁ ନାହିଁ, କାଲି ତେଲ ଗାଡ଼ି ଆସିବ ବୋଲି କହିଛନ୍ତି ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ ସାଧାରଣ ସମ୍ପାଦକ ।

Leave A Reply

Your email address will not be published.