Latest Odisha News

BREAKING NEWS

ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ସରକାର ଗଠନ କଲେ ଟାସ୍କ ଫୋର୍ସ

ଭୁବନେଶ୍ୱର: ଡ୍ରାଇଭର ସଂଘର ଆନ୍ଦୋଳନ ତୀବ୍ର ରୂପ ଧାରଣ କରୁଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ସେମାନଙ୍କ ଆଲୋଚନା କରିଛନ୍ତି । ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ୨ ଦିନ ଧରି ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଠିକ୍ ଭାବେ ହୋଇ ପାରୁନି । ଯାହାକୁ ନଜରରେ ରଖି ସରକାର ଟାସ୍କ ପୋର୍ସ ଗଠନ କରିଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଅବାଧ ପରିବହନକୁ ସୁନିଶ୍ଚିତ କରିବ ଟାସ୍କ ଫୋର୍ସ । ଏଥିପାଇଁ ୩ଟି ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି ।

ରାଜ୍ୟ ଜରୁରୀକାଳୀନ ନମ୍ବର ୧୧୨, ପରିବହନ କମିଶନର କାର୍ଯ୍ୟାଳୟ ୧୮୦୦-୩୪୫-୧୦୭୩, ଖାଦ୍ୟ ବିତରଣ ବିଭାଗ ନମ୍ବର ୦୬୭୪-୨୩୯୩୬୪୪ରେ ୨୪ ଘଣ୍ଟା ୭ ଦିନ ଯୋଗାଯୋଗ କରି ହେବ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଗଠିତ ଟାସ୍କଫୋର୍ସରେ ପୋଲିସ ଡିଜି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ସଚିବ, ଖାଦ୍ୟ ଯୋଗାଣ ବିଭାଗ ସଚିବ ଓ ପରିବହନ ସଚିବ ସଦସ୍ୟ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.