Latest Odisha News

ଆପାର୍ଟମେଣ୍ଟ ଭାଙ୍ଗିବା ପ୍ରସଙ୍ଗରେ କାହିଁକି ଏମିତି କହିଲେ ମେୟର?

ଭୁବନେଶ୍ବର: ଭୁବନେଶ୍ବରରେ ୧୯୧ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବା ପ୍ରସଙ୍ଗ ଉଠିବା ପରେ ଏବେ ଏହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା । ସତରେ କ’ଣ ନୂଆ ସରକାର ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିପାରିବେ? ଯଦି ଭାଙ୍ଗିବେ ସେଠିକା ବାସିନ୍ଦା ଯିବେ କୁଆଡେ? ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବେ ନାଁ ତାଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବେ ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏବେ ଏହାକୁ ନେଇ ପ୍ରତ୍ରିକ୍ରିୟା ରଖିଛନ୍ତି ଭୁବନେଶ୍ବର ମେୟର ସୁଲଚନା ଦାସ ।

ଏନେଇ ମେୟର କହିଛନ୍ତି, ଆପାର୍ଟମେଣ୍ଟ ଭାଙ୍ଗିବା ପ୍ରସଙ୍ଗରେ ଏଯାଏଁ ସରକାରଙ୍କ ପକ୍ଷରୁ ବିଏମସିକୁ କିଛି ବି ନୋଟିସ୍ ଆସିନି । ଆପାର୍ଟମେଣ୍ଟ ପାଇଁ କେବଳ ବିଏମସି ନୁହେଁ ବିଡିଏ ବି ଅନୁମତି ଦେଇଛି । ଏନେଇ ଆମ ପାଖକୁ କିଛି ତଥ୍ୟ ଆସିନି । ଅନ୍ୟପଟରେ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ଏଥିରେ ଅନୁକମ୍ପା ରାଶି ମିଳିବ କି ନାହିଁ ତାହା ମଧ୍ୟ ବଡ କଥା ବୋଲି କହିଛନ୍ତି ମେୟର । ତେଣୁ ଯେପରି ଲୋକଙ୍କ କୌଣସି ଅସୁବିଧା ନହୁଏ, ତାହା ଉପରେ ଗୁରୁତ୍ବ ଦିଆଯିବା ସହ ସବୁ କାମ କରାଯିବ ବୋଲି ମେୟର କହିଛନ୍ତି ।

Comments are closed.