Latest Odisha News

BREAKING NEWS

‘ଭୁବନେଶ୍ୱର ମି ୱାଇଫାଇ’ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ମାର୍ଟସିଟି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ‘ଭୁବନେଶ୍ୱର ମି ୱାଇଫାଇ’ ନାମକ ଏକ ୱାଇଫାଇ ସେବା ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, “ଭୁବେନଶ୍ୱରର ବାସିନ୍ଦାଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ଏହି ମନ୍ଦିର ମାଳିନୀ ସହର ଆଜିଠାରୁ ବିଶ୍ୱର ଅତ୍ୟାଧୁନିକ ସହର ମଧ୍ୟରେ ପରିଗଣିତ ହେବ”।

ଖାସକରି ଏହି ‘ଭୁବନେଶ୍ୱର ମି ୱାଇଫାଇ’ ସେବା ଦ୍ୱାରା ଯୁବପିଢ଼ିମାନେ ବିଶେଷ ଉପକୃତ ହେବା ସଙ୍ଗେସଙ୍ଗେ ସେମାନଙ୍କ ଜ୍ଞାନର ପରିସୀମା ବୃଦ୍ଧି ପାଇବ । ‘ଭୁବେନଶ୍ୱର ଡଟ୍ ମି’ ପ୍ରକଳ୍ପ ମାଧ୍ୟମରେ ୫୦୦ଟି ହଟ୍ସ୍ପଟ୍ ଜରିଆରେ ସାରା ସହର ୱାଇଫାଇ ସେବା ଅନ୍ତର୍ଭୁକ୍ତ ହୋଇଛି। ଡାଟା ବ୍ୟବହାର ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ଫ୍ରି-ଡାଟା ପ୍ୟାକ୍ ସବୁ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ।

ଏଥିସହିତ ଆଗାମୀ ଦିନ ମାନଙ୍କରେ କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଓ ପୁରୀରେ ମଧ୍ୟ ଏହି ମାଗଣା ୱାଇଫାଇ ସେବା ଉପଲବ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଯୋଜନାରେ ହିଁ ୧୦୦ ହଟସ୍ପଟ୍ ଓ ୨୭୫ ଆକ୍ସେସ ପଏଣ୍ଟ କାର୍ଯ୍ୟ କରିବା ଆରମ୍ଭ କରିଛି । ପର୍ଯ୍ୟାୟକ୍ରମେ ୫୧୮ ହଟସ୍ପଟ୍ ସହ ନଗର ବ୍ୟାପୀ ୱାଇଫାଇ ପ୍ରକଳ୍ପ ସମ୍ପନ୍ନ ହେବ ଯାହା ଜରିଆରେ ରାଜଧାନୀ ବାସୀ ୧୮୦୦ ଆକ୍ସେସ ପଏଣ୍ଟର ସୁବିଧା ଲାଭ କରିବେ ।

ସିଟି ୱାଇଫାଇରେ ୨ ଏମବିପିଏସ୍ ସ୍ପିଡରେ ଡାଟା ଉପଲବ୍ଧ କରାଯିବ । ପ୍ରତି ଗ୍ରାହକଙ୍କୁ ୨୫୦ ଏମବି ଡାଟା ୩୦ ମିନିଟ୍ ପାଇଁ ମାଗଣା ପ୍ରଦାନ କରାଯିବ । ଅଧିକ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଥିବା ଗ୍ରାହକମାନଙ୍କୁ ପରବର୍ତ୍ତୀ ସମୟରେ ରିଚାର୍ଜ କରିବାକୁ ପଡିବ ।

 

Leave A Reply

Your email address will not be published.