Latest Odisha News

BREAKING NEWS

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ପଦକ୍ଷେପକୁ ନେଇ ଖୁସି ବ୍ୟକ୍ତ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ସରକାର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, ଏହା ଭୁବନେଶ୍ୱରର ଲୋକଙ୍କ ମିଳିତ ଉଦ୍ୟମ । ଏଥି ସହ ସେ ଲେଖିଛନ୍ତି ଯେ, ‘ଭୁବନେଶ୍ୱରବାସୀଙ୍କ ଅସନ୍ତୋଷ ଯୋଗୁଁ ସରକାର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବା ନିଷ୍ପତ୍ତିକୁ ଶୁଣି ଖୁସି ଲାଗୁଛି । ଏହା ଏକ ଭଲ ପଦକ୍ଷେପ । ରାଜଧାନୀବାସୀଙ୍କ ମିଳିତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ‘


ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ‘ଏ ସଂକ୍ରାନ୍ତରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ହାଇକୋର୍ଟ ରାୟ ଆସିବା ଯାଏଁ ପୁରୁଣା ଦରରେ ଟିକସ ଆଦାୟ ହେବ । ‘

Leave A Reply

Your email address will not be published.