Latest Odisha News

BREAKING NEWS

ବିଭିନ୍ନ ସ୍ଥାନରେ NIA ଚଢାଉ, ଆତଙ୍କୀ ସଂଗଠନ ISIS ସହ ଜଡିତ ୫ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ: ଦେଶରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ଦିଗରେ ସକ୍ରିୟ ହୋଇଉଠିଛି ଏନ୍‌ଆଇଏ । ଫଳସ୍ବରୂପ ଦେଶର ବିଭିନ୍ନ ରାଜ୍ୟରେ ଚଢାଉ ଜାରି ରହିଛି । ଦିଲ୍ଲୀ, କେରଳ ଏବଂ କର୍ଣ୍ଣାଟକ ସମେତ ଦେଶର ପ୍ରାୟ ୧୦ଟି ସ୍ଥାନରେ ଚଢାଉ କରାଯାଇଛି ।

ଚଢାଉ ବେଳେ ଆତଙ୍କୀ ISIS ସହ ଜଡିତ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଆଉ କିଛି ଅଭିଯୁକ୍ତଙ୍କୁ ଚିହ୍ନଟ ମଧ୍ୟ କରାଯାଇଛି ଏବଂ ଖୁବଶୀଘ୍ର ଗିରଫ କରାଯିବା ନେଇ ସୂଚନା ମିଳିଛି ।

ଗିରଫ ଅଭିଯୁକ୍ତମାନେ ପାକିସ୍ତାନୀ ସୋସିଆଲ ମିଡିଆ ମାଧ୍ୟମରେ ଭାରତର ମୁସଲିମ ଯୁବକଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ କରୁଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଅନଲାଇନ୍‌ ଜରିଆରେ ପ୍ରଶିକ୍ଷଣ ଦିଆଯାଇ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ଉସ୍‌କା ଯାଉଥିବା ଜାଣିବାକୁ ପାଇଛି NIA ।

Leave A Reply

Your email address will not be published.