Latest Odisha News

BREAKING NEWS

ଓଡ଼ିଶା ମାଗଣା କରୋନା ଟିକା ଦେବାକୁ ପୁଣି ଦାବି କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ମେ’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକାକରଣ ଆରମ୍ଭ ହେବ । ଏହା ପୂର୍ବରୁ ଏକାଧିକ ରାଜ୍ୟ ମାଗଣା ଟିକା ଦେବାକୁ ଘୋଷଣା କରି ସାରିଛନ୍ତି । ଘୋଷଣା ସହ ୟୁପି ସରକାର କୋଭାକ୍ସିନର ୫୦ ଲକ୍ଷ ଡୋଜ୍ ଏବଂ କୋଭିସିଲ୍ଡର ୫୦ ଲକ୍ଷ ଡୋଜ୍ ଟିକା ଅର୍ଡର ମଧ୍ୟ କରିଛନ୍ତି । ଏଭଳି ସ୍ଥିତିରେ ଓଡ଼ିଶା କଣ ଭାବୁଛି, କଣ ହିସା କରୁଛି ବୋଲି ପ୍ରଶ୍ନ କରିବା ସହ ମାଗଣା ଟିକା ଦେବା କଥା ଓଡ଼ିଶା ସରକାର କେବେ ଘୋଷଣା କରିବ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସାଂସଦ ଟ୍ୱିଟ୍ କରି ଲେଖିଛନ୍ତି- ବିହାର, ଆସାମ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଛତିଶଗଡ଼, ସିକ୍କିମ, ପଶ୍ଚିମବଙ୍ଗ, ଗୋଆ, ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟ ମାଗଣା ଭ୍ୟାକ୍ସିନ୍ ଦେବାକୁ ଘୋଷଣା କରିଛନ୍ତି । ଓଡ଼ିଶା କେବେ ଘୋଷଣା କରିବ, ଆମେ ଅପେକ୍ଷା କରିଛୁ ।

ଏହା ପୂର୍ବରୁ ଏପ୍ରିଲ୍ ୨୩ରେ ମଧ୍ୟ ଭୁବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ଓଡ଼ିଶା ମାଗଣା ଟିକା ଦେବା ପାଇଁ ଦାବି କରିଥିଲେ ।

Comments are closed.