Latest Odisha News

BREAKING NEWS

 ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ଓ ବର୍ଜ୍ୟ ପରିଚାଳନାକୁ ନେଇ ବିଏମସିର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ଓ ବର୍ଜ୍ୟ ପରିଚାଳନାକୁ ନେଇ ବିଏମସିର କଡ଼ା ନିର୍ଦ୍ଦେଶ। ନିୟମ ମାନିବାକୁ ସବୁ ବ୍ୟବସାୟୀକ ପ୍ରତିଷ୍ଠାନକୁ କଡ଼ା ନିର୍ଦ୍ଦେଶ ଦେଇଛି BMC ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ।

ଏହାସହ ବର୍ଜ୍ୟକୁ ଖୋଲା ପାତ୍ରରେ କୌଣସି ପରିସ୍ଥିତିରେ ବି ରଖିପାରିବେ ନାହିଁ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସେହିପରି ରାସ୍ତା, ଡ୍ରେନ, ଖୋଲା ସ୍ଥାନରେ ଆବର୍ଜନା ପକାଇ ପରିବେ ନାହିଁ। ସମସ୍ତ ବର୍ଜ୍ୟ କେବଳ ବିଏମସି ସଫେଇ କାର୍ଯ୍ୟ ଗାଡିକୁ ହସ୍ତାନ୍ତର କରାଯିବ।

ନିୟମ ମାନିବାକୁ ସବୁ ବ୍ୟବସାୟୀକ ପ୍ରତିଷ୍ଠାନକୁ ବିଏମସିର କଡା ନିର୍ଦ୍ଦେଶନିୟମର ଉଲ୍ଲଂଘନ କଲେ ଲାଇସେନ୍ସ ରଦ୍ଦ ଏବଂ ଦୋକାନ ବନ୍ଦ ଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛିଫେବୃଆରୀ ୧୭ ତାରିଖ ସୁଦ୍ଧା ସମସ୍ତ ଅନୁଷ୍ଠାନ ଏହି ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ଅନୁପାଳନ କରିବାକୁ କୁହାଯାଇଛି

Comments are closed.