Latest Odisha News

ବାହାରିଲା ସୈନିକ ସ୍କୁଲ ଏଣ୍ଟ୍ରାନ୍ସ ରେଜଲ୍ଟ

ଭୁବନେଶ୍ୱର: ସର୍ବଭାରତୀୟ ସୈନିକ ସ୍କୁଲ ଏଣ୍ଟ୍ରାନ୍ସ ପରୀକ୍ଷା-୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି ।  ଏ ନେଇ ନାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ମେରିଟ ତାଲିକା ପ୍ରକାଶ କରାଯାଇଛି । ଏ ନେଇ ଭୁବନେଶ୍ୱର ସୈନିକ ସ୍କୁଲର ଅଧ୍ୟକ୍ଷ ଶନିବାର ସୂଚନା ଦେଇଛନ୍ତି ।

ଏଣ୍ଟ୍ରାନ୍ସରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ସ୍କୁଲ ୱେବ ସାଇଟ https://mes.ncog.gov.in /sainikschoolecounselling ସେମାନଙ୍କର ନାଁ ରେଜିଷ୍ଟ୍ରେଶନ କରିବା ପାଇଁ କୁହାଯାଇଛି । ନାଁ ପଞ୍ଜୀକୃତ କରିବା ବାଧ୍ୟତାମୂଳକ ବୋଲି  ସ୍କୁଲ ପକ୍ଷରୁ କୁହାଯାଇଛି । ଏହା ପରେ ଖୁବଶୀଘ୍ର ସୈନିକ ସ୍କୁଲ ଏବଂ ନିଉ ସୈନିକ ସ୍କୁଲରେ ନାମ ଲେଖା ପାଇଁ ପିଲାଙ୍କୁ ଇ-କାଉନେସଲିଂ କରାଯିବ ।

ଇ-କାଉନେସଲିଂ ପ୍ରକ୍ରିୟା ଜାଣିବା ପାଇଁ ନିୟମିତ ସ୍କୁଲର ଅଫିସିଆଲ ସାଇଟ ଦେଖିବାକୁ ସୈନିକ ସ୍କୁଲ ଅଧ୍ୟକ୍ଷ ଛାତ୍ରୀଛାତ୍ରୀ ତଥା ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.