Latest Odisha News

BREAKING NEWS

ହଷ୍ଟେଲରୁ ଭୁତ ତଡ଼ିବା ପାଇଁ ଅନ୍ତେବାସୀ ପଢ଼ିିବେ ସୁନ୍ଦରାକାଣ୍ଡ

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ସୁଭାଷ ହଷ୍ଟେଲ ଏବେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ହଷ୍ଟେଲରେ ଏବେ ଭୁତ ଭୟ । ଏହି କାରଣରୁ ଏହାର ଅନ୍ତେବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଭୂତ ଭୟରୁ ମୁକ୍ତି ପାଇବା ପାଇଁ ଛାତ୍ରମାନେ ହଷ୍ଟେଲରେ ସୁନ୍ଦରାକାଣ୍ଡ ପଢିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅନ୍ତେବାସୀଙ୍କ ଅଭିଯୋଗ ଯେ, ରାତିରେ ଭୟାନକ ଶବ୍ଦ ଆସୁଛି । ଫଳରେ ଅନ୍ତେବାସୀମାନେ ରାତିରେ ପଡ଼ି ପାରୁ ନାହାନ୍ତି କି ଶୋଇ ବି ପାରୁ ନାହାନ୍ତି । ଏହାକୁ ନେଇ ସେମାନେ ଭୟଭୀତ ହେବା ସହ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ଏ କଥା ବି କହିଛନ୍ତି ଯେ, ଭୂତକୁ ହଟାଇବାକୁ ହେଲେ ହଷ୍ଟେଲ ପରିସରରେ ସୁନ୍ଦରାକାଣ୍ଡ କରିବା ନିହାତି ଆବଶ୍ୟକ । ଏଥିଲାଗି ହଷ୍ଟେଲ କର୍ତ୍ତୃପକ୍ଷ ତୁରନ୍ତ ଅନୁମତି ଦିଅନ୍ତୁ ବୋଲି ଅନ୍ତେବାସୀ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଶୁଣିବା ପରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଫେସର ରାକେଶ ଦ୍ୱିବେଦୀ ତାଙ୍କ ଟିମ୍ ସହିତ ହଷ୍ଟେଲ ଯାଇ ଘଟଣାର ଯାଞ୍ଚ କରିଥିଲେ । ହେଲେ ଯାଞ୍ଚ ସମୟରେ ସେପରି କୌଣସି ତଥ୍ୟ ମିଳି ନ ଥିଲା । ଏହା କୌଣସି ଅସାମାଜିକ ଯୁବକଙ୍କ କାର୍ଯ୍ୟକଳାପ ହୋଇପାରେ, ଯେଉଁ କାରଣରୁ ସମସ୍ତ ଅନ୍ତେବାସୀ ଭୟଭୀତ ଅଛନ୍ତି । ତୁରନ୍ତ ଉକ୍ତ ଛାତ୍ରଙ୍କୁ ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ମୁଖ୍ୟ ପ୍ରକାଶ କରିଛନ୍ତି ।
ବିଶ୍ୱବିଦ୍ୟାଳୟର ସୁଭାଷ ହଷ୍ଟେଲ ୧୨୫ ବର୍ଷରୁ ଅଧିକ ପୁରୁଣା ।

Leave A Reply

Your email address will not be published.