Latest Odisha News

BREAKING NEWS

ଓଡ଼ିଶାରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର

ଭୁବନେଶ୍ୱର: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ ଲିଭିଙ୍ଗ୍ ସଂସ୍ଥାର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଏକ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ଏହି ଅବସରରେ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଶ୍ରୀ ଶ୍ରୀ ରବିଶଙ୍କର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ‘ଶ୍ରୀଶ୍ରୀ ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟ’ର ଶିଳାନ୍ୟାସ ଉତ୍ସବରେ ଯୋଗଦେବେ । ଏହି ଉତ୍ସବରେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିବେ ।

ଏହି ଗସ୍ତରେ ଶ୍ରୀ ଶ୍ରୀ ୪ ଦିନିଆ ସର୍ବଭାରତୀୟ ଅଗ୍ରଣୀ ଧ୍ୟାନ ଶିବିରକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରୁ ସଂଚାଳନ କରିବେ । ଏହି କାର୍ଯ୍ୟକ୍ରମରେ ଆଇନ ଓ ସମାଜସେବାରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଡ଼କ୍ଟରେଟ ଉପାଧି ପ୍ରଦାନ କରାଯିବ ।

Leave A Reply

Your email address will not be published.