Latest Odisha News

BREAKING NEWS

ଭୁବନେଶ୍ୱର ଆରଟିଓ-୨ ସିଲ୍‌

ଭୁବନେଶ୍ୱର: ମଙ୍ଗଳବାର ଆରଟିଓ-୧ ସିଲ୍ ହୋଇଥିଲା । ଆଜି ସିଲ୍ ହୋଇଛି ଭୁବନେଶ୍ୱର ଆରଟିଓ-୨ । ଆରଟିଓ-୨ର କିଛି କର୍ମଚାରୀ ଆରଟିଓ-୧ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଏମସି ଆରଟିଓ-୨କୁ ସିଲ୍ କରିଛି । ଏଠାରେ କାମ କରୁଥିବା ୧୩ ଜଣ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟିନରେ ରହିବାକୁ କୁହାଯାଇଛି ।

କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ସୋମବାର ଯାଏ ଆରଟିଓ-୨କୁ ବନ୍ଦ କରାଯାଇଛି । ଏହି ସମୟରେ ଅଫିସକୁ ସାନିଟାଇଜ୍ କରାଯିବ। ଏହାପରେ ଆରଟିଓ-୨ ଅଫିସ ଖୋଲାଯିବା ସମ୍ଭାବନା ରହିଛି । ଗତକାଲି ଆରଟିଓ-୧ର ୪ ଜଣ କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ଅଫିସକୁ ସିଲ୍ କରାଯାଇଥିଲା ।

Leave A Reply

Your email address will not be published.