Latest Odisha News

BREAKING NEWS

ଆଜି ହାଫ୍ ଡେ’: ଗୋଟେ ପରେ ସ୍କୁଲ କଲେଜ୍ ଛୁଟି

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଦିନ ୧ଟା ଯାଏଁ ଚାଲିବ ସମସ୍ତ ସ୍କୁଲ ଏବଂ କଲେଜ୍ । ତା ପରେ ଛୁଟି । ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହ ମନ୍ତ୍ରୀ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରାଯାଇଛି । ଟ୍ରାଫିକ କଟକଣା ଯୋଗୁଁ ଯାତାୟାତ ପ୍ରଭାବିତ ଆଶଙ୍କାରେ ହାଫ୍ ଡେ’ ଛୁଟି ଘୋଷଣା କରାଯାଇଛି ।

ତେବେ ଆଇଜି ଏବଂ ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଶାହ ଦିନ ୧.୩୦ ବେଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠୁ ସିଧା ରାଜଭବନ ଅଭିମୁଖେ ବାହାରିବେ । ଏହା ପରେ ପରେ ୪.୧୫ ବେଳକୁ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ବରରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ କଟକଣା ଜାରି ରହିବ । ଯେଉଁ କାରଣରୁ ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି । ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ଯାଏ କଟକଣା ରହିଛି। ଯେଉଁ ଦିନ ଯେଉଁ ସମୟରେ ଭିଭିଆଇପିଙ୍କ ଗସ୍ତ ରହିଛି, ସେଠାରେ କଟକଣା ଜାରି ରହିବ। ଆଜିଠୁ ଅର୍ଥାତ୍ ୨୯ ରୁ ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି କଟକଣା ଜାରି ହୋଇଛି।

Comments are closed.