Latest Odisha News

ରାଜଧାନୀରେ କମୁଛି ସଂକ୍ରମଣ; ଭୁବନେଶ୍ୱରରେ ୫୩୬କୁ ଖସିଲା ଆକ୍ଟିଭ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଆଉ ୩୪ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ରମାଗତ ୪ଦିନ ହେବ ରାଜଧାନୀରେ ୫୦ ରୁ କମ୍ ମାମଲା ଚିହ୍ନଟ ହେଉଛି।

ଭୁବନେଶ୍ୱର ମ୍ୟୁନିସିପାଲିଟି କପୋରେସନ୍ ଅନୁଯାୟୀ, ୨୪ ଘଣ୍ଟାରେ ଚିହ୍ନଟ ୩୪ ଟି କୋଭିଡ ମାମଲା ମଧ୍ୟରୁ ୨୬ ଟି ହେଉଛି ସ୍ଥାନୀୟ ସଂକ୍ରମଣ ଏବଂ ୮ ଟି ମାମଲା କ୍ୱାରେଣ୍ଟାଇନରୁ ରହିଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ କରୋନା ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ସେହିଭଳି ୫୩ ଜଣ ବ୍ୟକ୍ତି ଏହି ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ମୋଟ ୨୯୭୬୬ ଜଣ ବ୍ୟକ୍ତି କୋଭିଡ ସଂକ୍ରମଣରୁ ମୁକ୍ତି ପାଇଥିବା ବେଳେ ୨୦୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ରାଜଧାନୀରେ କରୋନା ସକ୍ରିୟ ମାମଲା ୫୩୬ କୁ ଖସି ଆସିଛି।

Comments are closed.