Latest Odisha News

BREAKING NEWS

ସରକାରଙ୍କ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ, ୪୩ଟି ମୋବାଇଲ ଆପ୍ ବ୍ୟାନ୍

ନୂଆଦିଲୀ: ଚୀନ ଉପରେ ମୋଦି ସରକାରଙ୍କ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ । ବ୍ୟାନ୍ ହେଲା ଆଉ ୪୩ଟି ମୋବାଇଲ ଆପ୍ । ଦେଶର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯ଏ ଅନୁସାରେ ସରକାର ବ୍ୟାନ୍ କରିଛନ୍ତି । ଏହି ଆପ ଗୁଡିକ ଦେଶର ସାର୍ବଭୌମତ୍ବ, ଅଖଣ୍ଡତା, ପ୍ରତିରକ୍ଷା ଓ ରାଜ୍ୟ ଗୁଡ଼ିକର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ଅଲିବାବା ୱାର୍କ ବେଞ୍ଚ, ଅଲିପେ କ୍ୟାସିୟର, ସ୍ନାକ ଭିଡିଓ ପରି ଆପ୍ ବ୍ୟାନ୍ ପାଇଁ ନିଷ୍ପତ୍ତି ନିଆଯାଇଛି । ବ୍ୟାନ୍ କରାଯାଇଥିବା ଆପ୍ ମଧ୍ୟରୁ ଅନେକ ପୁରୁଣା ଆପ୍ ହୋଇଥିବା ବେଳେ କିଛି ଆପ୍ ସର୍ପୋଟିଭ୍ ଆପ୍ ପରି କାମ କରୁଛନ୍ତି । ଅଲିବାବାର କିଛି ଆପ୍ ପୂର୍ବରୁ ମଧ୍ୟ ବ୍ୟାନ୍ କରାଯାଇଥିଲା ।

ଏହା ପୂର୍ବରୁ ଚଳିତ ବର୍ଷ ଜୁନ୍ ମାସରେ ୫୯ଟି ମୋବାଇଲ୍ ଆପ୍ ଓ ସେପ୍ଟେମ୍ବରରେ ୧୧୮ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଆଜିର ବ୍ୟାନକୁ ମିଶାଇ ମୋଟ୍ ୨୨୦ଟି ଆପ୍ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର । ଚୀନ୍ ମୋବାଇଲ ଆପ୍ ଟିକଟକ୍‌ ଓ ୟୁସି ବ୍ରାଉଜର ସମେତ ଅନେକ ଆପ୍ ସୁରକ୍ଷା ଦୃଷ୍ଟିରୁ ବ୍ୟାନ୍ କରାଯାଇଛି ।

Leave A Reply

Your email address will not be published.