Latest Odisha News

BREAKING NEWS

ଭୁବନେଶ୍ୱରରୁ ଆବୁଧାବି; ଜୁନରୁ ସିଧାସଳଖ ବିମାନ ଉଡାଣ

ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍ ମାସରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆବୁଧାବିକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି।

ଏଥିଯୋଗୁ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳଗୁଡ଼ିକୁ ବିମାନ ସଂଯୋଗର ଯଥେଷ୍ଟ ବୃଦ୍ଧି ହେବ। ଫଳରେ ଯାତ୍ରୀମାନଙ୍କୁ ଭଲ ସୁବିଧା ହେବ ବୋଲି ବିମାନବନ୍ଦର ଅଧିକାରୀମାନେ ଆଶାବାଦୀ ଅଛନ୍ତି।

ଦୁଇଟି ମଧ୍ୟପ୍ରାଚ୍ୟ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ସଂଯୋଗ ଯୋଗୁ ଗଲ୍ଫ ଦେଶ, ସମଗ୍ର ୟୁରୋପ, ଉତ୍ତର ଆମେରିକା ଏବଂ କାନାଡାକୁ ଯାତ୍ରା କରିବାକୁ ସୁବିଧା ହେବ।

Comments are closed.