ଭୁବନେଶ୍ୱର: ଆଇଟି ପାୱାର ହାଉସ ହେବ ଓଡ଼ିଶା। ୨୦୩୬ ସୁଦ୍ଧା ରାଜ୍ୟକୁ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏକ ପାୱାର ହାଉସ ବନାଇବା ଲକ୍ଷ୍ୟ ରଖାଯାଇଛି। ଏନେଇ ନୂଆ ଆଇଟି ନୀତି ଲାଗୁ କରିବ ଓଡିଶା। ଏହାର ଡ୍ରାଫ୍ଟ ଏବେ ଜାରି କରାଯାଇଛି। ଜନସାଧାରଣ ଏବଂ ଅଂଶୀଦାରମାନେ ଏହା ଉପରେ ନିଜର ମତ ରଖିବାକୁ ନିବେଦନ କରାଯାଇଛି।
ବିଶ୍ୱସ୍ତରୀୟ ଭିତ୍ତିଭୂମି ଦ୍ୱାରା ରାଜ୍ୟକୁ ନୂଆ ନିବେଶ ଆକୃଷ୍ଟ କରିବା ଉପରେ ଏହି ନୀତିରେ ଫୋକସ କରାଯାଇଛି। ଡ୍ରାଫ୍ଟ ମୁତାବକ, ଆଇଟି କମ୍ପାନୀଗୁଡ଼ିକ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ କର୍ମଚାରୀ ରାଜ୍ୟ ବୀମା (ଇଏସ୍ଆଇ) ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ଯୋଗଦାନ ପାଇଁ ୧୦୦% ଅର୍ଥ ପ୍ରଦାନ କରିବେ ରାଜ୍ୟ ସରକାର। ଯୋଗ୍ୟ ଆଇଟି କମ୍ପାନିଗୁଡ଼ିକ ଏହି ସୁବିଧା ୫ ବର୍ଷ ଲାଗି ଲାଭ କରିବେ।
ଆଇଟି ପାର୍କ ସ୍ଥାପନା କ୍ଷେତ୍ରରେ ପ୍ରଥମ ଟ୍ରାଞ୍ଜାକସନ କ୍ଷେତ୍ରରେ ୧୦୦% ଷ୍ଟାମ୍ପ ଡ୍ୟୁଟି ଏବଂ ଦ୍ୱିତୀୟ ଟ୍ରାଞ୍ଜାକସନରେ ୫୦% ଷ୍ଟାମ୍ପ ଡ୍ୟୁଟି ଛାଡ଼ କରିବାକୁ ଏହି ଡ୍ରାଫ୍ଟ ନୀତିରେ ପ୍ରସ୍ତାବ ଦିଆଯାଇଛି। ସେହିଭଳି ବିଜୁଳି ବିଲ୍ କ୍ଷେତ୍ରରେ ଆଇଟି ୟୁନିଟ୍, ଟାୱାର ଏବଂ ପାର୍କଗୁଡ଼ିକ କାର୍ଯ୍ୟାରମ୍ଭ କରିବା ସମୟଠାରୁ ୫ ବର୍ଷ ଲାଗି ୧୦୦% ଛାଡ଼ ସୁବିଧା ମିଳିବ। ଶିଳ୍ପ ଲାଗି ଉପଲବ୍ଧ ଥିବା ଟାରିଫ ଏହି କମ୍ପାନିଗୁଡ଼ିକ ଲାଗି ଲାଗୁ ହେବ।
Comments are closed.