Latest Odisha News

BREAKING NEWS

ସକାଳୁ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜଧାନୀ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହାରି ମଧ୍ୟରେ ଶନିବାର ଦିନ ସକାଳୁ ତାତି ଓ ଗୁଳୁଗୁଳିରେ ସିଝୁଛନ୍ତି ରାଜଧାନୀବାସୀ। ଭାରତୀୟ ପାଣିପାଗ ବିଭାଗ (IMD)ର ଅନୁଯାୟୀ, ଶନିବାର ସକାଳ ୮:୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୩ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି।

ବାୟୁରେ ଉଚ୍ଚ ଉତ୍ତାପ ଏବଂ ଆର୍ଦ୍ରତାର ମିଳିତ ପ୍ରଭାବ ଯୋଗୁଁ ତାପ ସୂଚକାଙ୍କ ପ୍ରାୟ ୪୭ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଯାହା ଫଳରେ ଭୁବନେଶ୍ବର ବାସୀ ଘରୁ ବାହାରିବା ବେଳେ ଖୁବ୍ କଷ୍ଟ ସମ୍ମୁଖୀନ ହେଉଛନ୍ତି। ସେହିପରି ଆର୍ଦ୍ରତା ୭୭ ଡିଗ୍ରୀ ସେଲସିୟସରେ ପହଞ୍ଚିଛି।

ଅପରପକ୍ଷରେ ଆଗାମୀ ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ୧୫ ଜିଲ୍ଲାରେ ବିଜୁଳି ଘଡଘଡି ସହ ୪୦ରୁ ୫୦ କିମି ବହିବା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ମାଲକାନଗିରି, କୋରପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ବିଜୁଳି ଘଡଘଡି ସହ ୫୦ରୁ ୬୦ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Comments are closed.