Latest Odisha News

ବିଏମସି ସ୍ମାର୍ଟ ସିଟି ଲିମିଟେଡ୍ ପାଇଲା ନୂଆ ଅଫିସ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପାଇଲା ନୂଆ ଅଫିସ। ରାଜଧାନୀ ସ୍ଥିତ ସତ୍ୟନଗର ଅଞ୍ଚଳରେ ଥିବା ପ୍ରତିଷ୍ଠିତ BMC-ICOMC ବିଲ୍ଡିଂକୁ ସ୍ଥାନାନ୍ତରିତ ହୋଇଛି ନୂଆ ଅଫିସ। ଏହି 12 ମହଲା କୋଠାର 5ମ ମହଲାରେ ବିଏମସି ଅଫିସ ରହିବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ସ୍ମାର୍ଟ ସିଟି ଭୁବନେଶ୍ୱରର କାର୍ଯ୍ୟାଳୟ ସହିଦ ନଗରସ୍ଥିତ ବିଏମସି ଭବାନୀ ମଲରେ ଚାଲିଥିଲା।
ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟାଳୟ ମଧ୍ୟ ଖୁବ୍ ଶୀଘ୍ର ଏହି କୋଠାର ତୃତୀୟ ଓ ଚତୁର୍ଥ ମହଲାକୁ ସ୍ଥାନାନ୍ତର ହେବ ବୋଲି ସୂଚନା ରହିଛି।

ଗତ ମାସରେ ବିଏମସି-ଆଇସିଓଏମସି ଟାଓ୍ୱାରରେ ଦକ୍ଷତା ବୃଦ୍ଧି କେନ୍ଦ୍ର (ସିଇସି)ର ଉଦଘାଟନ ହୋଇଥିଲା। ଏଠାରେ ଅଗ୍ରଣୀ ଆଇଟି କମ୍ପାନୀ ଡେଲୋଏଟର ଅଫିସ ମଧ୍ୟ ଖୋଲିଛି।

ବିଏମସି ଅଧୀନରେ ଥିବା ବିଭିନ୍ନ ସିଟି ସ୍ତରୀୟ ଏଜେନ୍ସିର ଏକକୀକରଣ ସହିତ ଏହି କୋଠାଟି ରାଜଧାନୀ ସହରର ସେବା ମୁଖ୍ୟ କାର୍ଯ୍ୟାଳୟ ହେବାକୁ ଯାଉଛି। ବିଏମସି ଅଧୀନରେ ଥିବା ସମସ୍ତ ନାଗରିକ କୈନ୍ଦ୍ରିକ ସେବା ଗୋଟିଏ ଛାତ ତଳେ ଉପଲବ୍ଧ ହେବ।

 

 

Comments are closed.