Latest Odisha News

BREAKING NEWS

ଗୋପ ମାଟିତଳୁ ତେଲ ବାହାର କରିବାକୁ ଲାଗିଲା ରିଗ୍ ମେସିନ୍

କୋଣାର୍କ: କୋଣାର୍କ ନିକଟ ପୁରୀ ଗୋପ ବ୍ଲକ ଅନ୍ତର୍ଗତ କୁସୁପୁର ଠାରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସର ଅନୁଧ୍ୟାନ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏକ ତୈଳ ରିଗ ମେସିନ୍ ସ୍ଥାପନ ବସାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରିଗ ମେସିନକୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଘଟଣାସ୍ଥଳରେ ପହଞ୍ଚିସାରିଥିବା ବେଳେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ।

ଗତବର୍ଷ କୋଣାର୍କ ନିକଟ ମହାନଦୀ ଅବବାହିକାରେ ଅଶୋଧିତ ତୈଳର ପ୍ରମାଣ ପାଇଲା ପରେ କେନ୍ଦ୍ର ସରକାରଙ୍କ ପିଏସୟୁ କୁସୁପୁରର ୩୭ଟି ଜମି ମାଲିକଙ୍କ ଠାରୁ ଆଠ ଏକର ଜମିକୁ ତିନି ବର୍ଷ ପାଇଁ ଲିଜରେ ନେଇ ଭୂତଳ ତୈଳର ପରିମାଣ ଓ ଗୁଣବତ୍ତା ଅନୁଧ୍ୟାନ କରିଥିଲା।

ଅତ୍ୟାଧୁନିକ ମେଶିନ ଦ୍ଵାରା ଖନନ କରାଯାଇ ମାଟିତଳୁ ବାହାରିବାକୁ ଥିବା ପଙ୍କ ଓ ମାଟି ବାଲିକୁ ନିଆଯାଇ ରି-ଫାଇନ କରାଯିବା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ବିଶୋଧନ ଲାଗି ଆସାମ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ସହିତ ଆଉ କେତେକ ରାଜ୍ୟରୁ ଏହି ଅତ୍ୟାଧୁନିକ ମେଶିନ ଆସିଥିବା ବେଳେ ଆହୁରି ଅତ୍ୟାଧୁନିକ ଯନ୍ତ୍ରାଂଶ ଆସିବାର ସୂଚନା ମିଳିଛି ।

ଗୋପ ବ୍ଲକ କୁଶୁପୁରୁ , ମହଲପଡା ପଞ୍ଚାୟତର ଚିତ୍ରା ଗ୍ରାମରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ , ଡିଜେଲ ବାହାରିବା ସନ୍ଧାନ ମିଳିବା ପରେ ୨ଟି ପର୍ଯ୍ୟାୟରେ ଖୋଳିବା କାମ ଶେଷ ହୋଇଥିଲା । ପରେ କୁଶୁପୁରୁ ଅଞ୍ଚଳର ୮ ଏକର ଜମି ଚିହ୍ନଟ କରାଯାଇ ୩୭ ଜଣ ଚାଷୀଙ୍କ ଜମିକୁ ଲିଜ୍ ଆକାରରେ ନିଆଯାଇ ୯୭ ଲକ୍ଷ ଟଙ୍କା ବ୍ୟାଙ୍କ ଚେକ୍ ମାଧ୍ୟମରେ ଚୁକ୍ତିପତ୍ର ସ୍ବାକ୍ଷରିତ କରାଯାଇ ଦିଆଯାଇ ଥିଲା । ହେଲେ ମହଲପଡ଼ା ପଞ୍ଚାୟତର ଚିତ୍ରା ଗ୍ରାମରେ ଏବେ କାର୍ଯ୍ୟ ଆରମ୍ଭ ହୋଇଛି ।

ଜଣେ ଅଏଲ ଇଣ୍ଡିଆ ସୁପରଭାଇଜର ରବି କହିଛନ୍ତି, ଏହା ହେଉଛି ଅନୁସନ୍ଧାନର ପ୍ରଥମ ପର୍ଯ୍ୟାୟ। ରିଗିଂ ବ୍ୟବସ୍ଥା କରାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ଡ୍ରିଲିଂ ପ୍ରକ୍ରିୟା ଆରମ୍ଭ ହେବ। ସେ କହିଛନ୍ତି, ୨୨ ହଜାର ମିଟର ପର୍ଯ୍ୟନ୍ତ ଡ୍ରିଲ୍ କରାଯିବ। ଆବଶ୍ୟକ ପଡ଼ିଲେ ଏହା ବାହାରେ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି।

ଏହି ଦାବିକୁ ପ୍ରମାଣିତ କରି ଜଣେ ଭୂତତ୍ତ୍ୱବିତ୍ ମାନସ ସ୍ୱାଇଁ କହିଛନ୍ତି, ସେମାନେ ସର୍ବନିମ୍ନ ୬୦୦ ମିଟର ଖନନ କରିବେ ଏବଂ ଏହି ଅଞ୍ଚଳରେ ତୈଳ ସ୍ତର ଉପରେ ନିର୍ଭର କରି ଏହା ୩୦୦୦ ମିଟର ପର୍ଯ୍ୟନ୍ତ ଯାଇପାରିବ। ପ୍ରକୃତରେ କୂଅରୁ ତେଲ ଉତ୍ତୋଳନ ହେବା ପୂର୍ବରୁ ଅନୁସନ୍ଧାନ ପ୍ରକ୍ରିୟାକୁ ୧-୨ ବର୍ଷ ଲାଗିବ।

 

Leave A Reply

Your email address will not be published.