Latest Odisha News

BREAKING NEWS

ସାଢେ ୧୧ ସୁଦ୍ଧା ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର; ରାଜଧାନୀରେ ୩୭ ଛୁଇଁଲା ପାରଦ

ଭୁବନେଶ୍ୱର: ସକାଳୁ ସକାଳୁ ବଢୁଛି ତାତି । ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ଦେଉଛି । ଏମିତି ଦୃଶ୍ୟ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଆଜି ସକାଳୁ ରାଜଧାନୀର ତାତି ଅସମ୍ଭାଳ ହୋଇପଡିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩ ଡିଗ୍ରୀ ଛୁଇଁଥିଲା ।

ଆଞ୍ଚଳିକ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଆଜି ସକାଳୁ ସକାଳୁ ରାଜଧାନୀ ତାପମାତ୍ରା ୩୩ ଡିଗ୍ରୀ ଛୁଇଁଥିବାବେଳେ ଆଦ୍ରତା ୭୫ ପ୍ରତିଶତ ରେକର୍ଡ ଛୁଇଁଥିଲା । ହେଲେ ସାଢେ ୧୧ଟା ବେଳକୁ ତାପମାତ୍ରା ୩୭ ଡିଗ୍ରୀ ଉପରେ ଥିଲା ।  ଆଜି ଦିନ ୧୧ ଟା ୩୦ ସୁଦ୍ଧା  ସମ୍ବଲପୁର   ତାପମାତ୍ରା ସର୍ବାଧିକ ୩୯.୪ ଡ଼ିଗ୍ରୀ ଥିବାବେଳେ  ଝାରସୁଗୁଡାର ୩୯.୪ ଡ଼ିଗ୍ରୀ,  ହୀରାକୁଦର ୩୯.୨ ଡ଼ିଗ୍ରୀ, ଭୁବନେଶ୍ୱରର  ୩୭.୦ ଡ଼ିଗ୍ରୀ,  ଚାନ୍ଦବାଲିର ୩୭.୦ ଡ଼ିଗ୍ରୀ,  କେନ୍ଦୁଝରର ୩୬.୨ ଡ଼ିଗ୍ରୀ, ବାଲେଶ୍ୱରର ୩୫.୬ ଡ଼ିଗ୍ରୀ,  ପୁରୀର ୩୫.୪ଡ଼ିଗ୍ରୀ,  ଗୋପାଳପୁରର ୩୩.୮ ଡ଼ିଗ୍ରୀ ଏବଂ ପାରାଦୀପର  ତାପମାତ୍ରା ୩୩.୪ ଡ଼ିଗ୍ରୀ ସେଲସିୟସ ଥିଲା ।

ଏଠି କହିରଖିବୁ, ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁରରେ ଥିଲା । ଏଠାରେ ତାପମାତ୍ର ୪୩.୨ ଡିଗ୍ରୀ ଥିବାବେଳେ  ବୌଦ୍ଧରେ ୪୩.୦ ଡିଗ୍ରୀ ରେକର୍ଡ ହୋଇଥିଲା । ଏହାସହ ଗତକାଲି  ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଥିଲା । ଏପରିକି ରାଜଧାନୀ ଭୁବନେଶ୍ବରର ଦିନା ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ ହୋଇଥିବା ଜଣାଯାଇଛି ।

 

Comments are closed.