Latest Odisha News

BREAKING NEWS

ବାଲିଗୁଡ଼ାରେ ମାତିଛନ୍ତି ବାଘ, ଅଳ୍ପକେ ବର୍ତ୍ତିଲେ ପମ୍ପ ହାଉସ୍‌ର ୨ କର୍ମଚାରୀ

କନ୍ଧମାଳ : ମାତିଛି ବାଘ । ବାଲିଗୁଡ଼ାରେ ଆତଙ୍କ ଖେଳାଇଛି ବାଘ । ଖଡ଼ଗ ନଦୀ କୂଳରେ ୨ଟି ବାଘ ବୁଲୁଥିବାର ସୂଚନା ମିଳିଛି । ପମ୍ପ ହାଉସ୍‌ର ୨ ଜଣ କର୍ମଚାରୀଙ୍କୁ ବାଘ ଆକ୍ରମଣ କରିବାକୁ ଗୋଡ଼ାଇଥିବା କହିଛିନ୍ତି ।

ସୂଚନା ଅନୁଯାୟୀ, ଗତକାଲି ରାତି ୯ଟା ସମୟରେ ପମ୍ପ ହାଉସ୍‌ର ୨ ଜଣ କର୍ମଚାରୀ ମଟର ବନ୍ଦ କରିବା ପାଇଁ ଯାଇଥିଲେ ହେଲେ ବାଘର ଗର୍ଜନ ଶୁଣି ଭୟଭୀତ ହୋଇଯାଇଥିଲେ । ୨ ଜଣ କର୍ମଚାରୀ ହେଉଛନ୍ତି ଗିରିଧର ମହାରଣା ଓ କୁମୁଦ ମଲ୍ଲିକ । ବାଘ କି ନୁହେଁ ଜାଣିବା ପାଇଁ ଯେତେବେଳେ ନଦୀ କୂଳ ଆଡ଼କୁ ଲାଇଟ୍‌ ପକାଇଥିଲେ ସେତେବେଳେ ନଦୀ କୂଳରେ ୨ଟି ବାଘ ଦେଖିବାକୁ ପାଇଥିଲେ ପରେ ସେମାନେ ପଳାଇଆସିବା ସମୟରେ ବାଘର ନଜର ଏହି ୨ କର୍ମଚାରୀଙ୍କ ଉପରେ ପଡ଼ିଥିଲା  । ବାଘ ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇବା ସମୟରେ ସୌଭାଗ୍ୟ ବଶତଃ ସେମାନେ ସେଠାରୁ ଖସି ଆସି ଘର ଭିତରପଟୁ କବାଟ ଦେଇଥିଲେ । ଫଳରେ ଦୁହିଁଙ୍କ ଜୀବନ ରକ୍ଷା ହୋଇଯାଇଥିଲା ।

ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେହି ସ୍ଥାନରେ ବାଘ ପାଦ ଚିହ୍ନ ଠାବ କରିଥିଲେ । ବାଘ କେଉଁଠାରୁ ଆସିଲା ତାହା ଜଣାପଡ଼ିନଥିବା ବେଳେ କଲରାପତରିଆ ବାଘ ହୋଇଥିବା ନେଇ ଅନୁମାନ କରାଯାଉଛି । ଏନେଇ ବାଘ ଉପସ୍ଥିତି ଜାଣି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

 

Leave A Reply

Your email address will not be published.