Latest Odisha News

ଅଗଷ୍ଟ ସୁଦ୍ଧା ଭୁବନେଶ୍ୱରରେ ସରିବ ସମ୍ପୂର୍ଣ୍ଣ ଟିକାକରଣ !

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ହୋଇଛି ଟିକାକପଣ ଅଭିଯାନ । ରାଜଧାନୀ ଭୁବନେଶ୍ୱରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି । ଟାର୍ଗେଟ ଅଛି ଅଗଷ୍ଟ ସୁଦ୍ଧା ଭୁବନେଶ୍ୱରରେ ସମସ୍ତଙ୍କୁ ଟିକା ଦିଆଯିବ । ଏବେ ବିଏମସି ଅଞ୍ଚଳରେ ଦୈନିକ ୩୦ ହଜାର ଡୋଜ୍ ଟିକା ଦିଆଯାଉଛି । ଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଳୁରୁ ଅପେକ୍ଷା ଭୁବନେଶ୍ୱରରେ ଟିକାଦାନ ଅଧିକ ତ୍ୱରାନ୍ୱିତ ହୋଇଛି ।

ଭୁବନେଶ୍ୱରରେ ସାଢ଼େ ୯ ଲକ୍ଷ ଲୋକଙ୍କୁ ଟିକାକରଣ ପାଇଁ ୧୯ ଲକ୍ଷ ଡୋଜ୍ ଟିକା ଆବଶ୍ୟକ । ବର୍ତ୍ତମାନ (ଗତକାଲି ସୁଦ୍ଧା) ୧୩ ଲକ୍ଷ ୨୫ହଜାର ୬୫୧ ଡୋଜ୍ ଟିକା ଦିଆଯାଇଛି । ୮ଲକ୍ଷ ୪୭ହଜାର ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୪ଲକ୍ଷ ୭୯ହଜାର ୬୪୭ ଜଣ ଦୁଇଟି ଯାକ ଡୋଜ୍ ଟିକା ନେଇଛନ୍ତି ।
ଜୁଲାଇ ୧୫ ତାରିଖ ସୁଦ୍ଧା ଭୁବନେଶ୍ୱରରେ ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ସେକେଣ୍ଡ ଡୋଜ୍ ଟିକାଦାନ ଅଗଷ୍ଟ ସୁଦ୍ଧା ସରିଯିବ । ଯୋଜନା ଅନୁସାରେ ଟିକାକରଣ ଚାଲିଲେ ଭୁବନେଶ୍ୱର ହେବ ଦେଶରେ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ପ୍ରଥମ ସହର ।

Leave A Reply

Your email address will not be published.