Latest Odisha News

BREAKING NEWS

ସହଯୋଗୀଙ୍କୁ କିସ୍ କରି ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାଙ୍ଗିଲେ କୋଭିଡ୍ ନିୟମ, ପଦରୁ ଦେଲେ ଇସ୍ତଫା

ଲଣ୍ଡନ: ବ୍ରିଟେନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କୋଭିଡ୍ ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଛି । ଜଣେ ସହଯୋଗୀଙ୍କୁ କିସ୍ କରିବା ଅଭିଯୋଗରେ ତାଙ୍କୁ ପଦ ହରାଇବାକୁ ପଡ଼ିଲା । ବ୍ରିଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ମାଟ୍ ହାନକକ୍ କରୋନା ନିୟମ ଉଲ୍ଲଂଘନ କରି ସହଯୋଗୀଙ୍କୁ ଚୁମ୍ବନ ଦେଇଥିବା ଅଭିଯୋଗରେ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ନିଜ ଇସ୍ତଫାପତ୍ର ଦେଇଛନ୍ତି ମାଟ୍ ହାନକକ୍ ।

ସହଯୋଗୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ହାନକକ୍ ଚୁମ୍ବନ ଦେଉଥିବା ବେଳର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଦେଶରେ ହଲଟଲ ସୃଷ୍ଟି ହୋଇଥିଲା । ଚାପ ବଢ଼ିବା ପରେ ସେ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥିବା ଇସ୍ତଫାପତ୍ରରେ ହାନକକ୍ ଦର୍ଶାଇଛନ୍ତି, ମହାମାରୀ ସମୟରେ କର୍ତ୍ତବ୍ୟରେ ଅବହେଳା ଓ ଆଇନ ଉଲ୍ଲଂଘନ ପାଇଁ କ୍ଷମା ମାଗିଛନ୍ତି । ବିବାହିତ ହାନକକ୍ ପରିବାର ପ୍ରତି କରିଥିବା ବିଶ୍ୱାସଘାତକତା ପାଇଁ ବି ପତ୍ନୀ ଓ ପିଲାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.