Latest Odisha News

BREAKING NEWS

ଷ୍ଟେସନ୍‌ରେ ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ବେଙ୍ଗାଲୁରୁ : ଯଶବନ୍ତପୁର ରେଳ ଷ୍ଟେସନ୍‌ରୁ ସମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା । ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ଯଶବନ୍ତପୁର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ସଫେଇ କରୁଥିବା ବେଳେ ଗୋଟିଏ ଡ୍ରମରେ ଗଳିତ ମୃତଦେହ ଘୋଡ଼ା ହୋଇ ରହିଥିବାର ଦେଖିଥିଲେ ସଫେଇ କର୍ମଚାରୀ । ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ମୃତ ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ପୋଲିସ କହିବାନୁଯାୟୀ, ମହିଳା ଜଣକ ବୟସ ପ୍ରାୟ ୨୦ ବର୍ଷ ହେବ । ଉକ୍ତ ମହିଳାଙ୍କୁ ୩ ରୁ ୪ ଦିନ ତଳେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏନେଇ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଫରେନସିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଦକ୍ଷିଣ ପଶ୍ଚିମ ରେଳ ବିଭାଗର ବେଙ୍ଗାଲୁରୁ ଡିଭିଜନର ଅତିରିକ୍ତ ରେଲଓ୍ୱେ ମେନେଜର କୁସୁମ ହରି ପ୍ରସାଦ କହିଛନ୍ତି ଯେ ପ୍ରଥମେ ସଫେଇ କର୍ମଚାରୀ ହିଁ ଦେଖିଥିଲେ । ତେବେ କେଉଁ ପରିସ୍ଥିତିରେ ମହିଳାଙ୍କ ମୃତଦେହ ପ୍ଲାଷ୍ଟିକ୍‌ ଡ୍ରମ୍‌ ଭିତରକୁ ଆସିଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ରେଲଓ୍ୱେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.