Latest Odisha News

JSWର ଉତ୍କଳ ଷ୍ଟିଲ୍ ପେଲେଟ୍ କାରଖାନା ପାଇଁ ହେଲା ଭୂମି ପୂଜନ

ପାରାଦୀପ: ଢିଙ୍କିଆ ଚାରିଦେଶରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଜିନ୍ଦଲ ଉତ୍କଳ ଷ୍ଟିଲ କାରଖାନା କାର୍ଯ୍ୟ । ଆଜି ଠାରୁ ପାଇଲିଂ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ପେଲେଟ ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୟୁନିଟ୍ ଗୁଡ଼ିକର କାର୍ଯ୍ୟ ଆରମ୍ଭ ହେବ ।

ଏନେଇ ଆଜି ଢିଙ୍କିଆ ପଞ୍ଚାୟତର ପାଟଣା ଠାରେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମାନଙ୍କୁ କମ୍ପାନୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଭୂମି ପୂଜନ ସହିତ କାରଖାନା ପ୍ରତିଷ୍ଠାକୁ ନେଇ ଲାଗି ରହିଥିବା ଆଶଙ୍କାର ଅବସାନ ଘଟିଛି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ୪୭ ଜଣ ଆଇଟିଆଇ ଓ ଡିପ୍ଲୋମା ପାଠ ପଢ଼ିଥିବା ଯୁବକ ମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.