Latest Odisha News

BREAKING NEWS

ଟାଟା କଞ୍ଜୁମର ପ୍ରଡକ୍ଟସ କିଣିବ ନାହିଁ ବିସଲେରୀ କମ୍ପାନୀ

ନୂଆଦିଲ୍ଲୀ: ଟାଟା କଞ୍ଜୁମର ପ୍ରଡକ୍ଟସ ଶୁକ୍ରବାର ବିସଲେରୀ କମ୍ପାନୀ କିଣିବ ନାହିଁ ବୋଲି ସ୍ପଷ୍ଟ କରିଛି । ଇକୋନୋମିକ ଟାଇମ୍ସରେ ଗତବର୍ଷ ନଭେମ୍ବରରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଟାଟା ଗ୍ରୁପ ଲୋକପ୍ରିୟ ମିନରାଲ ୱାଟର କମ୍ପାନୀ ବିସଲେରୀକୁ କ୍ରୟ କରିବା ପାଇଁ ଯୋଜନା କରୁଛି । ବିସଲେରୀ ୨୦,୦୦୦ କୋଟି ଟଙ୍କାର ଡ୍ରିକିଙ୍ଗ ୱାଟର ବ୍ୟବସାୟ କରୁଛି । ୧୯୬୯ରେ ରମେଶ ଚୌହ୍ୱାନ ୪ ଲକ୍ଷ ଟଙ୍କାରେ ବିସଲେରୀ କମ୍ପାନୀ କ୍ରୟ କରିଥିଲା । ସେ ଥମ୍ସ ଅପ, ଗୋଲ୍ଡ ସ୍ପଟ ଓ ଲିମକା ପରି ସଫ୍ଟ ଡ୍ରିଙ୍କ ବ୍ରାଣ୍ଡ ପ୍ରସ୍ତୁତ କରିଥିଲେ । ପରେ ଅବଶ୍ୟ ସେ ଏହାକୁ କୋକାକୋଲାକୁ ବିକ୍ରୀ କରି ଦେଇଥିଲେ ।

୨୭ ବର୍ଷ ବୟସରେ ସେ ଭାରତୀୟ ବଜାରେ ବିସଲେରୀ ବିକ୍ରି କରିବା ଆରମ୍ଭ କରିଥିଲେ । ସେ ସମୟରେ ଏହି ବ୍ୟବସାୟ ପ୍ରତି ଏତେଟା କାହାର ଆଗ୍ରହ ନ ଥିଲା । ତେବେ କେଉଁ କାରଣ ପାଇଁ ଏହି ଟାଟା ସହ ଡିଲ ବାତିଲ ହେଲା ସେ ସମ୍ପର୍କରେ ଉଭୟ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ତେବେ ବ୍ଲୁମବର୍ଗରେ ପ୍ରକାଶିତ ଖବର ଅନୁସାରେ ବିସଲେରୀର ଯେଉଁ ଭାଲ୍ୟୁଏଶନ ସ୍ଥିର କରିଥିଲା ସେଥିରେ ଟାଟା ଗ୍ରୁପ ସନ୍ତୁଷ୍ଟ ନ ଥିଲେ ।

Leave A Reply

Your email address will not be published.