Latest Odisha News

BREAKING NEWS

ଭୁପେନ୍ଦ୍ର ପଟେଲଙ୍କ ଦ୍ୱିତୀୟ ଇନିଂସ : ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେବେ ଶପଥ

ପ୍ରଧାନମନ୍ତ୍ରୀ ମୋଦୀଙ୍କ  ସମେତ ଅନେକ ସନ୍ଥ ହେବେ ସାମିଲ

ସୁରଟ: ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଭୁପେନ୍ଦ୍ର ପଟେଲ । ରାଜ୍ୟପାଳ ଆଚାର୍ଯ୍ୟ ତାଙ୍କୁ ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଦେବେ ।  ଦେବବ୍ରତ ଗାନ୍ଧୀନଗରରେ ନୂଆ ସଚିବାଳୟ ନିକଟସ୍ଥ ହ୍ୟାଲିପ୍ୟାଡ୍ ଗ୍ରାଉଣ୍ଡରେ ଏଥିପାଇଁ ଭବ୍ୟ ସମାରୋହର ଆୟୋଜନ ହୋଇଛି । ଅପରାହ୍ନ ୨ଟାରେ ହେବ ଶପଥପାଠ ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ । ଭୁପେନ୍ଦ୍ରଙ୍କ ସହିତ କିଛି ନୂଆ ମୁଖ୍ୟମନ୍ତ୍ରୀ ବି ଶପଥ ନେବେ । ନିକଟରେ ଗୁଜରାଟର ନିର୍ବାଚନ ସମ୍ପନ୍ନ ହୋଇଛି । ୧୮୨ ଆସନରୁ ବିଜେପି ୧୫୬ ସିଟରେ ଜିତ୍ ହାସଲ କରିଛି । ବିଜେପି ଗୁଜରାଟ ବିଧାନସଭା ନିର୍ବାଚନରେ ଲଗାତାର ୭ ଥର ବିଜୟ ହାସଲ କରିଛି । ଏଥର କଂଗ୍ରେସକୁ ୧୭ ଓ ଆପ୍ କୁ ୫ଟି ସିଟ୍ ମିଳିଛି । ଶୁକ୍ରବାର ଭୁପେନ୍ଦ୍ର ନିଜ ପଦରୁ ଇସ୍ତଫା ଦେଇଥିଲେ । ଶନିବାର ତାଙ୍କୁ ବିଧାୟକ ଦଳ ଭାବେ ଚୟନ କରାଯାଇଥିଲା ।

ଗତବର୍ଷ ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏଥର ତାଙ୍କ କ୍ୟାବିନେଟରେ ନୂଆ ମୁହଁ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପିଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳର ବହୁ ବରିଷ୍ଠ ନେତାଙ୍କ ସହ ଅନେକ ସନ୍ଥ ଏଥିରେ ସାମିଲ ହେବାର ସୂଚନା ରହିଛି ।

Leave A Reply

Your email address will not be published.