Latest Odisha News

BREAKING NEWS

ବିବାହିତ ଝିଅକୁ ସୁରକ୍ଷା ଦେବାକୁ ଯାଇ ଗଲା ବାପାର ପ୍ରାଣ

ବରୀ ଥାନା ଅନ୍ୟାସୀପୁର ଗ୍ରାମରେ ଭଲପାଇ ବିବାହ କରିଥିବା ଝିଅକୁ ସୁରକ୍ଷା ଦେବାକୁ ଯାଇଥିବା ଝିଅର ଶ୍ବଶୁର ଘର ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଝିଅର ବାପା ମୃତବରଣ କରିତଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ବରୀ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ, ବରୀ ଥାନା ଅନ୍ୟାସୀପ ଗ୍ରାମର ବାବାଜୀ ସେଠୀଙ୍କ ପୁଅ ଏକ ବର୍ଷେ ତଳେ ଉକ୍ତ ଗ୍ରାମର କାଳନ୍ଦୀ ସେଠୀଙ୍କ ଝିଅ ମମତା ସେଠୀକୁ ଭଲପାଇ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସ୍ୱାମୀ-ସ୍ତ୍ରୀ ଉଭୟ ଖୋର୍ଦ୍ଧା ସଦରଥାନା ରାମଚଣ୍ଡି ଅଞ୍ଚଳରେ ରହୁଥିଲେ । ଉକ୍ତ ସ୍ଥାନରେ ସ୍ୱାମୀ-ସ୍ତ୍ରୀ ରହିବା ବେଳେ ଉଭୟଙ୍କ ମଧ୍ୟରେ ମନମାଳୀନ ଦେଖାଦେଇଥିଲା । ଏହାକୁ ନେଇ ଗତ ୨୦ ତାରିଖ ଉଭୟେ ଘରକୁ ଚାଲି ଆସିଥିଲେ। ସ୍ୱାମୀ ମିଠା କିଣିବା ବାହାନାରେ ସ୍ତ୍ରୀ ମମତାକୁ ବରୀ ବଜାରରେ ଛାଡି ଘରକୁ ଏକା ପଳାଇ ଆସିଥିଲେ । ମମତା କିଛି ସମୟ ଅପେକ୍ଷା କରି ସ୍ୱାମୀ ନଆସିବାରୁ ସେଠାରୁ ଶାୁଶୁ ଘରକୁ ଯାଇଥିଲେ ।

ହେଲେ ସେଠାରେ ଉପସ୍ଥିତ ଥିବା ସନ୍ତୋଷ ସମେତ ଶାଶୁଘର ଲୋକେ ମମତାକୁ ଘରେ ପ୍ରବେଶ କରାଇ ଦେଇନଥିଲେ । ଏହାକୁ ନେଇ ସ୍ତ୍ରୀ ମମତା ବରୀ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମମତାକୁ ଶାଶୁ ଘରେ ପ୍ରବେଶ କରାଇଥିଲେ ।ମାତ୍ର ପୋଲିସ ଚାଲିଯିବା ପରେ ଶ୍ବଶୁର ବାବାଜୀ ସେଠୀ, ଶାଶୂ ମହୁଲି ସେଠୀ, ଦେଡ଼ଶୁର ମଳୟ ସେଠୀ ଓ ବସନ୍ତ ସେଠୀ ମମତାଙ୍କୁ ମାରଧର କରିଥିଲେ।

ଝିଅକୁ ମାରଧର କରୁଥିବା ଖବର ପାଇ ମମତାଙ୍କ ବାପା କାଳନ୍ଦୀ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଅଭିଯୁକ୍ତମାନେ କଟୁରି, ଭୁଜାଲି ଓ ପନିକିରେ କାଳନ୍ଦୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କାଳନ୍ଦୀଙ୍କୁ ଉଦ୍ଧାର କରି ଗାଁ ଲୋକେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଓ ପରେ କଟକ ନିଆଯାଉଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ଘଟଣା ପରେ କାଳନ୍ଦୀଙ୍କ ପତ୍ନୀ ରଂଗବତୀଙ୍କ ଅଭିଯୋଗ କ୍ରମେ ଥାନା କେସ୍ ନମ୍ବର ୧୯୪/୨୦ ଦଫା ୩୦୭ ରେ ମାମଲା ରୁଜୁ ହୋଇଥିଲା। କାଳନ୍ଦୀଙ୍କ ମୃତ୍ୟୁ ପରେ ଏହା ହତ୍ୟା ମାମଲାକୁ ପରିବର୍ତ୍ତନ କରାଯାଇଥିଲା। ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ତତ୍ତ୍ବାବଧାନରେ ୩/୪ ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ।

ଅଭିଯୁକ୍ତ ବସନ୍ତ, ମଳୟ, ବାବାଜୀ ଓ ମହୁଲିକୁ ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ନୂଆସାହି ବସ୍ତିରୁ ଗିରଫ କରାଯାଇଥିଲା। ସେଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି, ଭୁଜାଲି, ପନିକି ଜବତ କରାଯାଇଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.